ଖୋର୍ଦ୍ଧାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୨ହଜାର ଚାଷୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ୨ ହଜାର ଚାଷୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେବେ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଆଜି ଏଠାରେ ଏକ ସାମ୍ବାଦିଳ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଜେଡି, ବିଜେପି କିମ୍ବା କଂଗ୍ରେସ କାହାରିି କୃଷକ ମାନଙ୍କର ବିକାଶ ପାଇଁ ଆନ୍ତରିକତା ନାହିଁ । ପ୍ରଧାନମନ୍ତ୍ରୀ ଆସନ୍ତା ୨୪ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି । ସେହିଦିନ ଓଡିଶାର କୃଷକ ମାନେ ତାଙ୍କୁ ଖୋର୍ଦ୍ଧା ଠାରେ ଭେଟିବାର କାର୍ଯ୍ୟକ୍ରମ ରହିଛି । କୃଷକ ମାନଙ୍କ ସମସ୍ୟାକୁ ନେଇ ବିଜେଡି ଆସନ୍ତା ମାସ ୮ତାରିଖ ଦିନ ପାର୍ଲାମେଣ୍ଟ ଘେରିବାର କାର୍ଯ୍ୟକ୍ରମ ରହିଛି । ସେହି ଦିନ ନବନିର୍ମାଣ କୃଷକ ସଙ୍ଗଠନ ଭୁବନେଶ୍ୱର ଠାରେ ରାଜଭବନ ଘେରାଉ କରିବେ ବୋଲି ଅକ୍ଷୟ କୁମାର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

six − 1 =