ସେମିଫାଇନାଲରେ ଅର୍ଜୁନ ଓ ଅରବିନ୍ଦ

ହଙ୍ଗେରୀ: ନୂଆଦିଲ୍ଳୀ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଏହାର ଚମକ୍ରାର ପ୍ରଦର୍ଶନ ଜାରି ରଖିଛି । ଭାରତୀୟ ନୌଚାଳକ ଅର୍ଜୁନ ଜାଟ ଓ ଅରବିନ୍ଦ ସିଂ ସେମି ଫାଇନାଲରେ ପ୍ରବେଶ କରିବା ସହିତ ଇତିହାସ ରଚିଛନ୍ତି । ଏହା ପୂର୍ବରୁ କୌଣସି ବି ଭାରତୀୟ ନୌଚାଳକ ସେମିରେ ପ୍ରବେଶ କରି ପାରିନଥିଲେ । ଏହା ପୂର୍ବରୁ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୧୮ତମ ସ୍ଥାନ ରହିଥିଲା । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ମନଜିତ ସିଂ-ସନ୍ଦୀପ କୁମାର ଏହି ସ୍ଥାନ ହାସଲ କରିଥିଲେ । ହିଟ୍-୨ରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର ପ୍ରଦର୍ଶନ ଏତେଟା ଭଲ ରହିନଥିଲା । ତେବେ ଉଭୟ ଅର୍ଜୁନ ଓ ଅରବିନ୍ଦ ଚମତ୍କାର ପ୍ରଦର୍ଶନ କରିବା ସହିତ ଭାରତୀୟ ଦଳ ସେମିରେ ପ୍ରବେଶ କରିଥିଲେ। ଅନ୍ତିମ ୨୦୦ ମିଟରରେ ଉରୁଗୁଏକୁ ଟାର୍ଗେଟ କରିବା ଆମର ଲକ୍ଷ୍ୟ ରହିଥିଲା ବୋଲି କୋଚ୍ ଇସମାଇଲ ବେଗ୍ ପ୍ରକାଶ କରିଛନ୍ତି । ଭାରତୀୟ ନୌଚାଳକ ରେସ ଫିନିଶ କରିବା ପାଇଁ ୬.୫୧.୩୬ର ସମୟ ନେଇଥିବା ବେଳେ ସ୍ପେନ ୬.୪୩.୪୪ ଓ ପୋଲାଣ୍ଡ ୬.୪୫.୭୧ ସେକେଣ୍ଡ ସମୟ ନେଇଥିଲା ।

Share

Leave a Reply

Your email address will not be published. Required fields are marked *

19 − 18 =