ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କଠୁ ମୁଖ୍ୟ ଶାସନ ସଚିବଙ୍କ ଯାଏଁ ପ୍ରତିବର୍ଷ ଦେବେ ସମ୍ପତ୍ତି ତାଲିକା

ଭୁବନେଶ୍ବର () ଦୁର୍ନୀତି ବିରୁଦ୍ଧରେ ଆମର ସାଲିସବିହୀନ ଲଢେଇ ହିଁ ଓଡିଶା ସାରା ଭାରତରେ ସୁନାମ ଅର୍ଜିଛି । ଦୁର୍ନୀତି ମାମଲା ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଉ ବା ଦୁର୍ନୀତିରେ ଲିପ୍ତ ବ୍ୟକ୍ତିଙ୍କର ସଂପତ୍ତିର ବ୍ୟାଜାପ୍ତି । ଏ ସବୁଥିରେ ଓଡିଶା ହିଁ ସବୁଠାରେ ଆଗରେ ଅଛି  ।

ଦେଶରେ ଲୋକାୟୁକ୍ତ ଗଠନ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ । ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚପଦରେ ଥାଆନ୍ତୁ ବା କାହିଁକି, ସେମାନଙ୍କ ବିରୁଦ୍ଧରେ ଆମେ ସବୁବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଆସିଛି  । ଅନେକ କ୍ଷେତ୍ରରେ ସେମାନଙ୍କୁ ଚାକିରୀରୁ ବରଖାସ୍ତ ମଧ୍ୟ କରାଯାଉଛି  । ଗତ ୧ ବର୍ଷ ମଧ୍ୟରେ 91 ଜଣ ଦୁର୍ନୀତିରେ ଲିପ୍ତ ଅଫିସରଙ୍କୁ ଚାକିରୀରୁ ବିଦା ହେବା ସହ ପେନସନ ହୋଇଛି । ଆଗକୁ ଏ ଲଢେଇକୁ ଆହୁରି ଜୋରଦାର କରାଯିବ । ଏଥିପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପରିଷଦ ବୈଠକରେ ଏକ ପ୍ରସ୍ତାବ ଆଗତ କରିଛନ୍ତି । 

ସେ ପ୍ରସ୍ତାବ ଦେଇଛନ୍ତି ଯେ, ସରପଞ୍ଚଙ୍କ ଠାରୁ ଆରମ୍ଭ କରି, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତି ବର୍ଷ ସେମାନଙ୍କର ସଂପତ୍ତି ତାଲିକା ଦେବେ ଏବଂ ଏହା ଜନସାଧାରଣଙ୍କ ସୂଚନା ନିମନ୍ତେ ସର୍ବସାଧାରଣରେ ପ୍ରକାଶ କରାଯିବ । ସାଂସଦମାନେ ଦେଶରେ ଉଦାହାରଣ ସୃଷ୍ଟି କରିବା ପାଇଁ ନିଜ ଆଡୁ ସମ୍ପତ୍ତି ତାଲିକା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।  

ସେ କହିଛନ୍ତି ଯେ, ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ବିଧାୟକମାନେ ବହୁତ ଭଲ ଭଲ ପ୍ରସ୍ତାବ ଦେଇଛନ୍ତି  । ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ବିଜେଡି ନେତାଙ୍କ ସବୁ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରୁଛନ୍ତି ।

ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତ । ସେହିପରି ପଛୁଆ ବର୍ଗ ସର୍ଭେ ସଂପର୍କରେ ମଧ୍ୟ ବହୁତ ଭଲ ପ୍ରସ୍ତାବ ଆସିଛି  । ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ମାଇଲଷ୍ଟୋନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମହିଳାମାନଙ୍କ ସଶକ୍ତିକରଣ ତାଙ୍କର ସବୁଠାରୁ ପ୍ରିୟ ବିଷୟ ହୋଇଥିବାରୁ ଆଜି ଏହି ସଂପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଆମେ ଚେଷ୍ଟା କରିବା ବୋଲି ସେ କହିଛନ୍ତି । ଆଜି ବୈଠକରେ ଯାହାସବୁ ପ୍ରସ୍ତାବ ପାରିତ ହେବ, ସେଥିରୁ ଯାହା ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ଦରକାର, ସେଗୁଡିକୁ ସଂପୃକ୍ତ ମନ୍ତ୍ରୀ ମାନଙ୍କ ପାଖକୁ ପଠାଯିବ । ଦଳର ସାଙ୍ଗଠନିକ ସମ୍ପଦକ ଏହାକୁ ସଂଯୋଜନା କରିବେ । 

ବିଜୁ ଯୁବ ଜନତା ଦଳର ବୈଠକରେ ଆଂଚଳିକ ଦଳର ଭୂମିକା ବିଷୟ କହିଥିଲେ ନବୀନ । ଭାଷା ଭିତ୍ତିରେ ଗଠିତ ହୋଇଥିବା ଗୋଟିଏ ରାଜ୍ୟରେ ଆଂଚଳିକ ଦଳର ଭୂମିକା ବିଷୟରେ କହିଥିଲେ । ଆମ ଅନନ୍ୟ ପରିଚୟର ସୁରକ୍ଷା ବିଷୟରେ କହିଥିଲି । ଆଜି ସେ ସ୍ବଚ୍ଛତା ଓ ଦୁର୍ନୀତି ବିରୋଧରେ ବିଜେଡିର ଲଢେଇ ଉପରେ ଆଲୋଚନା କରିଛନ୍ତି । ବିଜେଡି ସରକାର ଆରମ୍ଭରୁ ହିଁ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିଆସିଛି । ସେ କହିଛନ୍ତି ଯେ, ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ ଶତ୍ରୁ ।
ଆମେ ଲଢେଇ କରୁଛୁ, ଗରିବୀ ବିରୁଦ୍ଧରେ ।
ଆମେ ଲଢେଇ କରୁଛୁ, ରୋଗ ବିରୁଦ୍ଧରେ ।
ଆମେ ଲଢେଇ କରୁଛୁ, ଆଂଚଳିକ ଅସମତା ବିରୁଦ୍ଧରେ ।
ଆମେ ଲଢେଇ କରୁଛୁ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ ।

ଆମେ ଲଢେଇ କରୁଛୁ, ଅସମାନତା ବିରୁଦ୍ଧରେ ଅନ୍ୟାୟ ବିରୁଦ୍ଧରେ ଏବଂ ଅପାରଗତା ବିରୁଦ୍ଧରେ । ଏ ସବୁ ମୂଲ୍ୟହୀନ ହୋଇଯିବ । କିନ୍ତୁ ଆମେ ଯଦି ସ୍ବଚ୍ଛତା ଉପରେ ଗୁରୁତ୍ବ ନ ଦେବା ଏବଂ ଦୁର୍ନୀତିର ମୂଳୋତ୍ପାଟନ ନ କରିବା, ତେବେ ଆମର ଏସବୁ ଲଢେଇ ମୂଲ୍ୟହୀନ ହୋଇଯିବ । ଦୁର୍ନୀତି ବିରୋଧରେ ଲଢେଇ ଆମକୁ ସମାଜର ସବୁ କୁକର୍ମ ବିରୋଧରେ ଲଢେଇରେ ସହଯୋଗ କରିବ । ସେ ଅସମାନତା ହେଉ କି ଦାରିଦ୍ର୍ୟ କିମ୍ବା ଅନ୍ୟାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ସବୁ ସରକାରୀ କର୍ମଚାରୀ ଚାକିରୀ ଆରମ୍ଭରୁ ଆରମ୍ଭ କରି Chief Secretary ପର୍ଯ୍ୟନ୍ତ ସମସ୍ତେ ପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ଏବଂ ଏହାକୁ ମଧ୍ୟ ଜନସାଧାରଣଙ୍କ ସୂଚନା ନିମନ୍ତେ public domainରେ ରଖାଯିବ। ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧି ମାନଙ୍କର ସଂପତ୍ତି ତାଲିକା ପ୍ରତି ବର୍ଷ ଲୋକାୟୁତଙ୍କ ପାଖରେ ଦାଖଲ କରାଯିବ । 

ଦୁର୍ନୀତି ରୋକିବା ପାଇଁ ଏଭଳି କଡା ପଦକ୍ଷେପ ନେବାରେ ଓଡିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ ଏବଂ ଅନ୍ୟ ରାଜ୍ୟ ମାନଙ୍କୁ ଏ ଦିଗରେ ବାଟ ଦେଖାଇବ।
ଆଜି ଏହି contextରେ ମହାତ୍ମାଗାନ୍ଧୀଙ୍କର ପ୍ରସିଦ୍ଧ talisman ସଂପର୍କରେ ମୁଁ ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁଛି । I quote “ Whenever you are in doubt or when the self become too much with you apply the following test. Recall the face of the poorest and the weakest man/woman whom you may have seen and ask yourself if, the step you contemplated is going to be of any use to him/her.

Share

Leave a Reply

Your email address will not be published. Required fields are marked *

7 + 10 =