ରାଜ୍ୟ ସରକାର କମାଇପାରିବ ଜରିମାନେ: ନିତିନ ଗଡକରୀ

ନୂଆଦିଲ୍ଲୀ ()  ଲୋକମାନଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ରାଜ୍ୟମାନେ ଚାହିଁଲେ ନୂଆମୋଟର ଯାନ ଆଇନରେ ଥିବା ଜୋରିମାନା ପରିମାଣକୁ କମାଇପାରିବେ ।

ଗଡକରୀ କହିଛନ୍ତି, ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୧୦ ଗୁଣ ଜରିମାନା ଆଦାୟର ଉଦ୍ଦେଶ୍ୟ ରାଜସ୍ୱ ସଂଗ୍ରହ ନଥିଲା, ବରଂ ଚାଳକମାନଙ୍କୁ ଶୃଙ୍ଖଳିତ କରିବା । ଲୋକମାନେ ନିୟମ ମାନି ଚଳିଲେ ଜୋରିମାନ ଦେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଗଡକରୀ ।

ଓଡ଼ିଶା ସରକାର ଟ୍ରାଫିକ ଧରପଗଡ଼କୁ ୩ ମାସ ପାଇଁ କୋହଳ କରିଥିବାବେଳେ ଗୁଜୁରାଟ,ମହାରାଷ୍ଟ୍ର ଆଂଶିକଭାବେ ଲାଗୁ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + 5 =