ବର୍ଷ ଶେଷ ସୁଦ୍ଧା ହରିଦାସପୁର-ପାରାଦ୍ବୀପ ମଧ୍ୟରେ ଯାତ୍ରୀବାହୀ ଟ୍ରେନ

ଭୁବନେଶ୍ବର () ହରିଦାସପୁର-ପାରାଦ୍ବୀପ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଉପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରକଳ୍ପ ପରିଚାଳନା କମିଟି ବୈଠକର ଗୁରୁତ୍ବାରୋପ କରିଛନ୍ତି ରାଜ୍ୟ ସରକାର । ଏ ବିଷୟରେ ଆବଶ୍ୟକୀୟ ସହଯୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ବୈଠକରେ ଉପସ୍ଥିତ କ୍ୟାବିନେଟ୍ କମିଟି ପ୍ରକଳ୍ପ ତଦାରଖ ଗ୍ରୁପ୍ର ଯୁଗ୍ମ ଶାସନ ସଚିବ ରାଜୀବ ଅଗ୍ରୱାଲ୍ଲଙ୍କୁ ଅନୁରୋଧ କରିଥିଲେ । ଏ ଦିଗରେ ରେଳବାଇ ବୋର୍ଡ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ଶ୍ରୀ ଅଗ୍ରୱାଲ୍ଲ ପ୍ରତିଶୃତି ଦେଇଥିଲେ ।

ପ୍ରାୟ ୧୦୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଥିବା ହରିଦାସପୁର-ପାରାଦ୍ବୀପ ମଧ୍ୟରେ ରେଳପଥରେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଶେଷସୁଦ୍ଧା ଏଥିରେ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେହିପରି ୩୫୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଥିବା ଖୋର୍ଦ୍ଧାରୁ ବଲାଙ୍ଗିର ୧୧୨ କି.ମି. ରେଳପଥ ପାଇଁ ଜମି ରେଳବାଇଙ୍କୁ ହସ୍ତାନ୍ତର କରାଯାଇଛି । ଅବଶିଷ୍ଟ ଜମି ଅଥିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସେହିପରି ୧୧୩୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବାଂଶପାଣି-ଜଖପୁଆ ରେଳ ରାସ୍ତାର ଦୋହରୀକରଣ, ୧୧୪୯.୯୮ କୋଟି ଟଙ୍କାର ବିନିଯୋଗ ଅଟକଳ ହୋଇଥିବା ରାଉରକେଲା-ଝାରସୁଗୁଡା ରେଳପଥ, ୨୩୬୨ କୋଟି ଟଙ୍କା ଅଟକଳର କୋରାପୁଟ-ସିଗନାପୁର ରାସ୍ତାର ଦେହରୀକରଣ, ୧୦୦୦ କୋଟି ଟଙ୍କା ଅଟକଳର ଜରପଦା-ବୁଢ଼ାପଙ୍କ-ତାଳଚେର ରେଳପଥ ଓ ଫ୍ଲାଏ ଓଭର୍, ୧୦୦୦ କୋଟି ଟଙ୍କା ଅଟକଳର ଭଦ୍ରକ-ନିର୍ଗୁଣ୍ଡି ରେଳପଥ, ୨୫୦୦ କୋଟି ଟଙ୍କା ଅଟକଳର କୋଟାଭାଲସା-କୋରାପୁଟ ରେଳପଥ, ୧୧୭୩ କୋଟି ଟଙ୍କା ଅଟକଳରେ ବୁଢ଼ାପଙ୍କ-ସାଲେଗାଁ ରେଳପଥ, ୨୩୩୬ କୋଟି ଟଙ୍କା ଅଟକଳର ବିଜୟନଗରମ୍-ସମ୍ବଲପୁର ରେଳପଥ, ୧୨୬୦ କୋଟି ଟଙ୍କା ଅଟକଳର ସମ୍ବଲପୁର-ଟିଟିଲାଗଡ ରେଳପଥ ଦୋହରୀକରଣ, ୮୧୦.୭୮ କୋଟି ଟଙ୍କା ଅଟକଳର ତାଳଚେର-ବିମଲାଗଡ ରେଳପଥ, ୬୩୮.୫ କୋଟି ଟଙ୍କା ଅଟକଳର ଅନୁଗୁଳ-ସୁକିନ୍ଦା ରେଳପଥ, ପ୍ରକଳ୍ପ ଆଦିର ଅଗ୍ରଗତି ବିଷୟରେ ସମୀକ୍ଷା ହୋଇଥିଲା ।

ବୈଠକରେ ପ୍ରାୟ ୫୪ ହଜାର କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ୨୬ଟି ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ବିଷୟ ଆଲୋଚନା ହୋଇଥିଲା । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବୃହତ ପୁଞ୍ଜି ନିବେଶ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ବୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ସଡ଼କ ଓ ରେଳପଥ ଆଦି ଭିତ୍ତିଭୂମୀ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ଓ ଜବର ଦଖଲ ଉଚ୍ଛେଦ ଆଦି କ୍ଷେତ୍ରସ୍ତରୀୟ ସମସ୍ୟା ଗୁଡିକର ପ୍ରାୟତଃ ସମାଧାନ ହୋଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ପରିଚାଳନା ସେଲର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ବିଭିନ୍ନ ପ୍ରକଳ୍ପ ବାବଦରେ କାର୍ଯ୍ୟାନ୍ବୟନ ସଂସ୍ଥା ମାନେ ଆଗତ କରିଥିବା ସମସ୍ୟା ଗୁଡିକ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ଏଥିରେ ମୁଖ୍ୟତଃ ଅଧିଗୃହିତ ଜମିର ହସ୍ତାନ୍ତର, ପୁନଃ ଥଇଥାନ ସ୍ଥାନର ବିକାଶ ଏବଂ କଲୋନୀ ନିର୍ମାଣ, ଜଙ୍ଗଲ ଅନୁମତି, ପରିବେଶ ଅନୁମତି, କ୍ଷତିପୁରଣ ଅର୍ଥ ଆବଣ୍ଟନ, କ୍ଷତିପୁରକ ବନୀକରଣ, ଜବରଦଖଲ ଉଚ୍ଛେଦ ଆଦି ବିଷୟରେ ଥିବା ସମସ୍ୟା ଆଲୋଚନା ହୋଇ ସେ ଗୁଡିକର ଆଶୁ ସମାଧାନ କରାଯାଇଥିଲା ।

ରାଜପଥ ପ୍ରକଳ୍ପ ମଧ୍ୟରେ ୧୦୪୭ କୋଟି ଟଙ୍କା ବିନିଯୋଗ ଅଟକଳରେ ଜାତୀୟରାଜପଥ-୫ର ଚଣ୍ଡିଖୋଲ ଜଗତପୁର-ଭୁବନେଶ୍ବର ସେକ୍ସନ୍ ଷଷ୍ଠ-ରାସ୍ତା ପ୍ରଶସ୍ତିକରଣ, ୭୭୮.୧୫ କୋଟି ଟଙ୍କା ଅଟକଳର ବିରମିତ୍ରପୁର-ବାରକୋଟ ଜାତୀୟ ରାଜପଥ, ୧୦୫୭ କୋଟି ଟଙ୍କା ଅଟକଳର ଜାତୀୟ ରାଜପଥ-୬ର ବିରବାହଳ-ତିଲେଇବଣି ଜାତୀୟ ରାଜପଥ, ୧୦୮୨.୩୬ କୋଟି ଟଙ୍କା ଅଟକଳର ସିଗନାପୁରା-ବିରବାହାଳ ଜାତୀୟ ରାଜପଥ, ୧୨୨୦.୩୨ କୋଟି ଟଙ୍କା ଅଟକଳର ଅନୁଗୁଳ-ସମ୍ବଲପୁର ଟୋଲ୍ ରୋଡ୍, ୧୨୨୦.୩୨ କୋଟି ଟଙ୍କା ଅଟକଳର କଟକ-ଅନୁଗୋଳ ଟୋଲ୍ ରୋଡ୍ ଏବଂ ୧୪୧୦ କୋଟି ଟଙ୍କା ବିନିଯୋଗ ଅଟକଳର ପାଣିକୋଇଲି-ରିମୋଳି ଜାତୀୟ ରାଜପଥ ଆଦି ପ୍ରକଳ୍ପ ଗୁଡିକ ସମୀକ୍ଷାରେ ସ୍ଥାନ ପାଇଥିଲା ।

Share

Leave a Reply

Your email address will not be published. Required fields are marked *

2 + eighteen =