୧୪ରେ ଖୋଲିବ ହୀରାକୁଦ ଗେଟ

ସମ୍ବଲପୁର()  ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଆସନ୍ତା ୧୪ ତାରିଖରେ ଖୋଲିପାରେ ହୀରାକୁଦ ଜଳଭଣ୍ଡାର ଗେଟ୍ । ଦିନ ୧୧ଟା ପରେ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି ।

ହୀରାକୁଦର ଡ୍ୟାମର ଜଳପତ୍ତନ ୬୩୦ ଫୁଟ୍ ରହିଥିବାବେଳେ ୬୧୫ ଫୁଟ୍ ଉପରକୁ ଅତିକ୍ରମ କଲେ ବନ୍ୟାଜଳ ଛଡାଯିବ।ବର୍ତ୍ତମାନ ଡ୍ୟାମକୁ ୧ ଲକ୍ଷ ୮୩ ହଜାର ୬୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଏବଂ ୧୬ ହଜାର ୯୨୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଆସନ୍ତା ୧୨ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Share

Leave a Reply

Your email address will not be published. Required fields are marked *

12 + four =