ଜାମୁକୋଳି ଖାଇବାକୁ ଯାଇ ବିଭତ୍ସତାର ଶିକାର ହେଲା ପରୀ … ଏସଆଇଟି ଖୋଲିଲା ରହସ୍ୟ

କଟକ () ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ବହୁ ଚର୍ଚ୍ଚିତ ପରୀ ହତ୍ୟାର ବିଭତ୍ସତା ସହ କିଭଳି ହୋଇଥିଲା ହତ୍ୟା ତାର ପୂରା କାହାଣୀ ବର୍ଣ୍ଣନା କରିଛନ୍ତି । ପରୀ ହତ୍ୟାକାଣ୍ଡ ମାମଲାରେ ସେହି ଗାଁର ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି। ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ଜଣାଇଥିଲେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା । ତେବେ ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ଚଳାଇଛି ଏସ୍‌ଆଇଟି।ଏନେଇ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଯଦୁପୁର ଗାଁର ପୋଖରୀ ଶୁଖାଯାଉଛି। ଏହି ଘଟଣାର କୌଣସି ଆଇ ୱିଟ୍‌ନେସ୍ ଏଯାଏ ମିଳି ନଥିବା ଜଣାଇଛନ୍ତି ବୋଥ୍ରା। ଏସ୍‌ଆଇଟି ମୁଖ୍ୟଙ୍କ କହିବା ଅନୁଯାୟୀ, ମୋର ୨୨ ବର୍ଷର ପୁଲିସ ଚାକିରିରେ ଏହା ଏକ ବୀଭତ୍ସ ଘଟଣା। ପରୀର ଘରଠାରୁ ସରୋଜର ଘର ୨ଶହ ମିଟର ପାଖାପାଖି। ସରୋଜର ସାନଭଉଣୀ ସହ ପରୀର ଭଲ ସଂପର୍କ ଥିଲା। ସରୋଜ ଘରେ ଥିବା ଜାମୁ ଗଛକୁ କୋଳି ଖାଇବାକୁ ପିଲାମାନେ ଯାଇଥା’ନ୍ତି।

୧୪ ତାରିଖ ଦିନ ପରୀ ଏକା ଏକା ଜାମୁକୋଳି ଖାଇବାକୁ ଯାଇଥିଲା। ସରୋଜର ବାପା ନାହିଁ, ମା ଓ ସାନ ଭଉଣୀ ଚାକିରି କରୁଛନ୍ତି, ବଡ଼ ଭଉଣୀ ବାହା ହୋଇଛି। ସକାଳ ପ୍ରାୟ ୧୦ଟା ୩୦ରେ ପରୀ ଆସି କୋଳି ମାଗିଥିଲା। ସରୋଜ ତାକୁ ଘରକୁ ଡାକିଥିଲା। ସରୋଜ ତାକୁ ବାଡିପଟ ପଛ ଘରକୁ ନେଇ ସେଠାରେ ପୋଷାକ ଖୋଲିବାକୁ ଚେଷ୍ଟା କରିବାରୁ ପରୀ କାନ୍ଦିଥିଲା। ତାକୁ ଚୁପ୍ କରିବାକୁ ଯାଇ ପରୀର ତଣ୍ଟି ଚିପି ଦେଇଥିଲା ସରୋଜ। ପରୀର ଫ୍ରକରେ ସିମେନ ଚିହ୍ନ ଥିବା ବୋଥ୍ରା କହିଛନ୍ତି। ତେଣୁ ପରୀକୁ ହତ୍ୟା ଓ ଦୁଷ୍କର୍ମ କରାଯାଇଛି ବୋଲି ସେ କହିଛନ୍ତି।

ପରୀ ମରିଯିବା ପରେ ତାର ମୃତ ଦେହ ସହ ସେ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିବା ନିଜେ ସରୋଜ ସ୍ୱୀକାର କରିଛି ବୋଲି ବୋଥ୍ରା କହିଛନ୍ତି। ଏପରି କାହିଁକି କରିଲା ବୋଲି ପଚାରିବାରୁ ପର୍ଣ୍ଣ ଭିଡିଓରେ ଏପରି ହେଉଥିବା ଦେଖି ସେ କରିଥିବା ପୋଲିସ ଆଗରେ ସରୋଜ ସ୍ୱୀକାର କରିଛି। ଦୁଷ୍କର୍ମ ପରେ ସରୋଜ ଭୟଭୀତ ହୋଇ ଏକ ଅଖା ଆଣି ପରୀକୁ ବାନ୍ଧି ପଛପଟ ପୋଖରୀ ନିକଟ ବୁଦା ଭିତରେ ଲୁଚାଇ ଦେଇଥିଲା। ପରେ କିଛି ଘରୁ କିଛି ନଡିଆ ବାହୁଙ୍ଗା ନେଇ ସେଠାରେ ଘୋଡ଼ାଇ ଦେଇଥିଲା ହେଲେ ପରେ ପରୀର ଲେଗିନ୍ସ ଘରେ ରହି ଯାଇଥିବାରୁ ପରେ ତାକୁ ନେଇ ପୋଖରୀରେ ଫିଙ୍ଗି ଦେଇଥିଲା।

ଅଶ୍ଳୀଳ ଫିଲ୍ମ ଦେଖି ଏପରି କରିଥିବା ସରୋଜ ସ୍ୱୀକାର କରିଛି। ସରୋଜ ନିଜ ଭଉଣୀର ମୋବାଇଲ ବ୍ୟବହାର କରୁଥିଲା। ଏପରିକି ଅଶ୍ଳୀଳ ଫିଲ୍ମ ଭଉଣୀ ମୋବାଇଲରେ ଡାଉନଲୋଡ କରିଥିଲା। ଏହାକୁ ୧୩ ତାରିଖ ରାତି ସାରା ଅଶ୍ଳୀଳ ଭିଡିଓ ଦେଖିଥିଲା। ଏହି ମୋବାଇଲରୁ ଅନେକ ପ୍ରମାଣ ମିଳିଥିବା ବୋଥ୍ରା କହିଛନ୍ତି। ୨୩ ଜୁଲାଇରେ ପରୀର ଶବ ମିଳିଥିଲା।

Share

Leave a Reply

Your email address will not be published. Required fields are marked *

seventeen − 2 =