ଆତ୍ମହତ୍ୟା କଲେ ଦମ୍ପତି

ଗଞ୍ଜାମ: ପାରିବାରିକ କହଳର କରୁଣ ପରିଣତି । ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି । ଗଞ୍ଜାମ ଜିଲ୍ଲା ପୋଡ଼ାମାରି ଭଞ୍ଜସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ସନ୍ତୋଷ ଗୌଡ଼ ଓ ତାଙ୍କ ପତ୍ନୀ ନୟନୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଘରୁ ମେଡିକାଲ ନେବା ଭିତରେ ସନ୍ତୋଷଙ୍କ ମୃତୁ୍ୟ ହୋଇଥିବା ବେଳେ ମେଡିକାଲରେ ନୟନୀଙ୍କ ମୃତୁ୍ୟ ହୋଇଛି । ପରିବାର ଲୋକଙ୍କ କହିବା ମୁତାବକ ଉଭୟଙ୍କ ମଧ୍ୟରେ କିଛିଦିନ ହେବ ଲାଗି ରହିଥିଲା କଜିଆ । ଶୁକ୍ରବାର ରାତିରେ ଏହା ଉଗ୍ରରୂପ ନେଇଥିଲା । ଆଉ ଶେଷରେ ନିÂୁର ପଦକ୍ଷେପ ନେଇଥିଲେ ଉଭୟ ଦମ୍ପତି । ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଉଭୟ ପ୍ରାଣ ହରାଇଛନ୍ତି । ଘଟଣାକୁ ନେଇ ପରିବାରରେ ଖେଳିଯାଇଛି ଶୋକର ଛାୟା ।

Share

Leave a Reply

Your email address will not be published. Required fields are marked *

18 + 8 =