ବକେୟା ବିଲ୍ କିସ୍ତିରେ ଦେବାକୁ ପରାମର୍ଶ

ଭୁବନେଶ୍ୱର() ବକେୟା ବିଲ୍କୁ ନେଇ ସାଉଥକୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଏହା ଜାରି ରହିବ। ଗତକାଲି ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ ବକେୟା ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ କଟା ଯାଇଥିଲା।

ଯେଉଁମାନେ ବକେୟା ବିଲ୍ର ୬୦ ପ୍ରତିଶତ ବିଲ୍ ଦେଇଥିଲେ, ସେମାନଙ୍କ ଲାଇଟ୍ କଟାଯାଇନଥିଲା। ଆଜି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସାଉଥକୋ ପକ୍ଷରୁ ସୂଚନା ମିଳିଛି। ଯେଉଁ ଉପଭୋକ୍ତାଙ୍କ ଅଧିକ ପରିମାଣରେ ଟଙ୍କା ବାକି ଅଛି, ସେମାନଙ୍କଠାରୁ ବିଭାଗୀୟ କର୍ମଚାରୀମାନେ କିଛି ଟଙ୍କା ନେଇ କିସ୍ତିରେ ବାକି ଟଙ୍କା ଦେବାକୁ ପରାମର୍ଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

one − one =