ନୃଂଶସ ପ୍ରେମିକ, ପ୍ରେମିକାକୁ ଜାଳିଦେଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧିନ ପାତ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନୃଶଂସ ପ୍ରେମିକ ପ୍ରଥମେ ପ୍ରତାରଣା କରିବା ପରେ ପ୍ରେମିକାକୁ ଡାକିନେଇ ନିଆଁରେ ଜିଅନ୍ତା ଜାଳିଦେବାକୁ ପଛାଇନାହିଁ । ଘଟଣାକୁ ନେଇ କୋହଭରା କାହାଣୀ କହିଛନ୍ତି ମୃତ ଯୁବତୀ ଶୁଭସ୍ମିତା ଖାଡଙ୍ଗାଙ୍କ ପିତା ବସନ୍ତ ଖାଡଙ୍ଗା । ସେ କହିଛନ୍ତି ଯେ, ‘ଶୁଭସ୍ମିତା ସହ ପ୍ରତାପପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଦୀର୍ଘ ୪ ବର୍ଷ ସମ୍ପର୍କ ରଖିଥିଲା । ଏତେ ବର୍ଷର ସମ୍ପର୍କ ପରେ ବି ଘରଲୋକ ମନା କରିବାକୁ କୃଷ୍ଣ ଅନ୍ୟତ୍ର ବିବାହ କରିଥିଲା । କିନ୍ତୁ ଶୁଭସ୍ମିତାଙ୍କୁ ହଇରାଣ କରୁଥିଲା । ଭୁବନେଶ୍ୱରରେ ଏକ କ୍ଲିକରେ କାମ କରୁଥିବା ବେଳେ ମଧ୍ୟ ଶୁଭସ୍ମିତାଙ୍କୁ ଆସି ସେ ହଇରାଣ କରୁଥିଲା । ମୋବାଇଲ ଛଡାଇ ନେଇ ଧମକ ଦେବା ସହ ଶୁଭସ୍ମିତାଙ୍କ ଭାଇ-ଭଉଣୀଙ୍କୁ ଫୋନ୍ କରି ହଇରାଣ କରୁଥିଲା ।

ବାହାଘର ପରେ କାଳେ ହଇରାଣ କରିବ, ସେଥିପାଇଁ ମୋ ଝିଅକୁ ଡାକିନେଲା ପୋଡି ମାରିଦେଲା ବୋଲି ଶୁଭସ୍ମିତାଙ୍କ ବାପା କହିଛନ୍ତି । ପୂର୍ବରୁ ବାରମ୍ବାର ଫୋନ୍ କରି ହଇରାଣ କରୁଥିଲା । ଶେଷରେ ପୋଡି ଦେଲା । ଏଭଳି ଅପରାଧୀକୁ ଫାଶୀ ଦରକାର ବୋଲି ବସନ୍ତ ଖାଡଙ୍ଗା ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − four =