ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା

ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ଓଡ଼ିଶାର ପ୍ରଂଶସା । ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ଓଡ଼ିଆ ବୀର ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା । ବକ୍ସି ଜଗବନ୍ଧୁଙ୍କ ଜୀବନିକୁ ନେଇ ଆସୁଛି ଏକ ଧାରାବାହିକ । ଯେଉଁଥିରେ ବକ୍ସି ଜଗବନ୍ଧୁଙ୍କ ବିରତ୍ୱକୁ ପ୍ରତିପାଦିତ କରାଯିବ । ଏହାର ନାଁ ରହିଛି “ବିଦ୍ରୋହୀ” । ଓଡ଼ିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆକୁ କମ୍ପାନୀକୁ ବିରୋଧ କରି ୧୮୧୭ରେ ହୋଇଥିବା ପାଇକ ବିଦ୍ରୋହକୁ ଆଧାର କରି ଏହି ଧାରାବାହିକଟି ନିର୍ମାଣ କରାଯାଉଛି । ଓଡ଼ିଶାରେ ପାଇକ ବିଦ୍ରୋହକୁ ବିଶେଷ ଭଽରେ ଏହି ଧାରାବାହିକରେ ଦର୍ଶାଯାଇଛି । ୧୮୧୭ରେ ଓଡ଼ିଶାରେ ‘ବ୍ରିଟିସ୍ ଇଷ୍ଟ୍ ଇଣ୍ଡିଆ କମ୍ପାନି’ ବିରୋଧରେ ହୋଇଥିବା ବିଦ୍ରୋହକୁ ଆଧାର କରି ‘ଷ୍ଟାର୍ ପ୍ଲସ୍’ ଟିଭି ଚାନେଲ୍ ‘ବିଦ୍ରୋହୀ’ ଶୀର୍ଷକ ନୂଆ ଧାରାବାହିକ ପ୍ରସାରଣ କରିବାକୁ ଯାଉଛନ୍ତି ।

‘କଥା ପ୍ରଡକ୍ସନ୍’ର ଅର୍ଥ ବିନିଯୋଗରେ ହେଉଥିବା ବ୍ରିଟିସ୍ ଅମଳର ଏହି କାହାଣୀ ଦର୍ଶକମାନଙ୍କୁ ସାମାନ୍ୟ କିଂବଦନ୍ତୀୟ ଆଡକୁ ଆକୃଷ୍ଟ କରିବ ବୋଲି ମନେହୁଏ। ଦୁଇଜଣ ରାଜଜେମା ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା ଏକତ୍ର ହୋଇ କିଭଳି ବ୍ରିଟିସ୍ ଶାସକଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି, ତାହା ବିଦ୍ରୋହୀମାନଙ୍କ କଥାବସ୍ତୁ ଉପରେ ଆଧାରିତ ତଥା ଖୁବ୍ ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବା ଏହି ଧାରାବାହିକରେ ପର୍ୟ୍ୟବେଶିତ ହୋଇଛି। ନିକଟ ଅତୀତରେ ରିଲିଜ୍ ହୋଇଥିବା ଏହି ଧାରାବାହିକର ‘ପ୍ରମୋ’ରେ ୧୮୧୭ରେ ଖୋର୍ଦ୍ଧାରେ ହୋଇଥିବା ଐତିହାସିକ ପାଇକ ବିଦ୍ରୋହ ନେତା ବକ୍ସି ଜଗବନ୍ଧୁଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଶାରଦ ମାଲହୋତ୍ରା।

Share

Leave a Reply

Your email address will not be published. Required fields are marked *

twelve − ten =