ଭୁବନେଶ୍ୱରରେ ଉପଲବ୍ଧ ହେବ ଇକମୋ ଚିକତ୍ସା

ଭୁବନେଶ୍ୱର: କରୋନା ସମୟରେ ଆଶ୍ୱସ୍ତିକର ଖବର । କରୋନାର ପରିବର୍ତ୍ତୀ ଜଟିଳତା ଇକମୋ ଚିକତ୍ସା ଲାଗି ଓଡ଼ିଶାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇକମୋ ଚିକତ୍ସା ଲାଗି ଓଡ଼ିଶାରୁ ବାହାର ରାଜ୍ୟକୁ ରୋଗୀଙ୍କୁ ନିଆଯାଉଛି । ତେବେ ଭୁବନେଶ୍ୱର ଏମ୍ସକୁ ଦୁଇଟି ଇକମୋ ଆସିବା ନେଇ ସୂଚନା ମିଳିଛି । ହସ୍ପିଟାଲରେ ଦୁଇଟି ଇକମୋ ମେସିନ ଲାଗିବ । ତେବେ ପ୍ରଥମଟି ଚଳିତ ମାସ ଶେଷ ସୁଦ୍ଧା ଲାଗିବ ବୋଲି କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟଟି କାର୍ଯ୍ୟକ୍ଷମ ହେବ । ଏବେ କିଛି ଅଧ୍ୟାପକଙ୍କୁ ମେସିନ ପରିଚାଳନା ନେଇ ତାଲିମ ଦିଆଯାଉଛି । ଇକମୋ ପରିଚାଳନା ନେଇ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତି କରୁଛି । ତେବେ ଏନେଇ ସୂଚନା ଦେଇଛନ୍ତି ଏମ୍ସ ଅଧିକ୍ଷକ ସଚ୍ଚିତାନନ୍ଦ ମହାନ୍ତି ।

Share

Leave a Reply

Your email address will not be published. Required fields are marked *

one × 1 =