ମମତା ଘୋଷଣା କଲେ ‘ଖେଲା ହୋବେ’ ଯୋଜନା

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ‘ଖେଲା ହୋବେ’ ଏବେ ବି ଜାରି ରହିଛି । ପଶ୍ଚିମବଙ୍ଗରେ ଯେଉଁ ‘ଖେଲା ହୋବେ’ ନାରା ଦମରେ ଟିଏମସି ମାହୋଲ ସୃଷ୍ଟି କରିବାରେ ସଫଳ ହୋଇଥିଲା, ବର୍ତମାନ ମମତା ବାନାର୍ଜୀ ସରକାର ସେହି ‘ଖେଲା ହୋବେ’କୁ ଏକ ଯୋଜନାର ନାମ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କ୍ରୀଡାର ବିକାଶ ଏବଂ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ଖେଲା ହୋବେ’ ନାମରେ ଏକ ସରକାରୀ ଯୋଜନା ଆରମ୍ଭ କରିଛନ୍ତି, ଯାହା ଆଧାରରେ ପଞ୍ଜୀକୃତ କ୍ଲବକୁ ଫୁଟବଲ୍ ଦିଆଯିବ ।

ରାଜ୍ୟରେ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିବା ଲାଗି ଏଭଳି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗରେ ରେଜିଷ୍ଟ୍ରସନ ହୋଇଥିବା କ୍ଳବ ମାନଙ୍କୁ ମାଗଣାରେ ଫୁଟବଲ ଯୋଗାଯିବ ଏହି ଯୋଜନା ମାଧ୍ୟମରେ । ‘ଖେଲା ହୋବେ’ ଯୋଜନା ଆଧାରରେ ରାଜ୍ୟରେ କ୍ରୀଡାର ବିକାଶ ଏବଂ ଫୁଟବଲ ଖେଳିବା ପାଇଁ ଯୁବ ବର୍ଗ ଓ ଛାତ୍ର-ଛାତ୍ରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ପଞ୍ଜୀକୃତ କ୍ଲବଗୁଡିକୁ ଫୁଟବଲ ଯୋଗାଇ ଦିଆଯିବାକୁ ନିଷ୍ପତି ହୋଇଛି । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ପଞ୍ଜୀକୃତ କ୍ଲବଗୁଡିକୁ ଫୁଟବଲ୍ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

7 + two =