ବକ୍ସର ଡିଙ୍କୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ବ୍ୟାଙ୍ଗ୍କକ୍ରେ ଅନୁଷ୍ଠିତ ୧୯୯୮ ସଂସ୍କରଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ କରିଥିବା ‘ବ୍ୟାଣ୍ଟମ୍ୱେଟ୍’ ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି। ଯକୃତ୍ରେ କର୍କଟରୋଗଜନିତ ଅସୁସ୍ଥତା ଯୋଗୁଁ ୨୦୧୭ରୁ ସେ ଚିକିତ୍ସାଧୀନ ଥିଲେ।

ଗତବର୍ଷ ସେ କୋଭିଡ୍-୧୯ ପଜିଟିଭ୍ ହେବାରୁ ତାଙ୍କର ସ୍ବାସ୍ଥ୍ୟ ପାଇଁ ଆହୁରି ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ, ୪୧ ବର୍ଷିୟ ଡିଙ୍କୋ କୋଭିଡ୍-୧୯ରୁ ସୁସ୍ଥ ହୋଇଥିଲେ। ଡିଙ୍ଗକୋଙ୍କ ବିୟୋଗରେ କ୍ରୀଡାମନ୍ତ୍ରୀ କିରେନ୍ ରିଜିଜୁଙ୍କ ସମେତ ବହୁ କ୍ରୀଡ଼ାବିତ ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । କ୍ୟାନସର ସହ ଗତବର୍ଷ କରୋନାରେ ବି ସଂକ୍ରମିତ ହୋଇଥିଲେ ଗାଙ୍ଗୋମ ଡିଙ୍କୋ ସିଂହ । କରୋନାକୁ ବି ସେ ହରାଇଥିଲେ । କିନ୍ତୁ କ୍ୟାନସରକୁ ଜିତି ପାରିଲେ ନାହିଁ । ଡିଙ୍ଗକୋ ସିଂହଙ୍କ ଦେହାନ୍ତରେ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

5 × five =