ଦାଗୀ ନେତାଙ୍କୁ ପ୍ରାର୍ଥୀ କରିବାରେ ବିଜେପି, କଂଗ୍ରେସ ଆଗରେ

କଲେଜ ମାଟି ମାଡି ନାହାଁନ୍ତି 68 ପ୍ରାର୍ଥୀ

ଭୁବନେଶ୍ବର () ଅପରାଧିକ ପୃଷ୍ଠଭୂମୀ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାରେ ବିଜେପି ଓ କଂଗ୍ରେସ ଆଗରେ । ପ୍ରଥମ ପର୍ଯ୍ୟାୟରେ କଂଗ୍ରେସରୁ ସର୍ବାଧିକ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତ୍ତର ଅପରାଧୀକ ମାମଲା ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପିର ସର୍ବାଧିକ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ଦ୍ବିତୀୟ ପର୍ଯ୍ୟାୟରେ  ବିଜେପିର ସଙ୍ଗୀତା ସିଂହଦେଓ ସବୁଠାରୁ ଧନୀ ସାଂସଦ ପ୍ରାର୍ଥୀ ।

ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଥିବା 35ଜଣଙ୍କ ମଧ୍ୟରୁ 7ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ 5ଜଣଙ୍କ ବିରୋଧରେ ଗୁରୁତ୍ତର ଅପରାଧିକ ମାମଲା ରହିଛି । ବିଧାନସଭା କ୍ଷେତ୍ରରେ ମଧ୍ୟ 244 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର 18ଜଣ, କଂଗ୍ରେସର 10ଜଣ, ବିଜେଡିର 11ଜଣ ଏବଂ ବିଏସପିର 4ଜଣ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତ୍ତର ଅପରାଧୀକ ମାମଲା ରହିଛି ।

ଲୋକସଭା ପ୍ରାର୍ଥୀ ତାଲିକାରେ ସଙ୍ଗୀତା ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ ଓ ପ୍ରସନ୍ନ ଆଚାର୍ଯ୍ୟ ସବୁଠାରୁ ଧନୀ ପ୍ରାର୍ଥୀ। ସଙ୍ଗୀତା 37 କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତିର ମାଲିକ ହୋଇଥିବା ବେଳେ କଳିକେଶଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 20 କୋଟିରୁ ଅଧିକ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ପତ୍ତିର ମୂଲ୍ୟ 9 କୋଟିରୁ ଅଧିକ । ସେହିଭଳି ବିଧାନସଭା ପ୍ରାର୍ଥୀ ତାଲିକାରେ ନବୀନ ପଟ୍ଟନାୟକ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପଛକୁ ରହିଛନ୍ତି କନକ ବର୍ଦ୍ଧନ ସିଂହଦେଓ ଓ ନବ ଦାସ । ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 63 କୋଟିରୁ ଅଧିକ ହୋଇଥିବା ବେଳେ କନକ ବର୍ଦ୍ଧନଙ୍କ 37 କୋଟି ଓ ନବ ଦାସଙ୍କ ସମ୍ପତ୍ତିର ମୂଲ୍ୟ 33 କୋଟିରୁ ଅଧିକ ।

ଅପରାଧୀକ ପୃଷ୍ଠଭୂମୀ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସର ସର୍ବାଧିକ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଗୁରୁତ୍ତର ଅପରାଧୀକ ମାମଲା । 5ଟି ଲୋକସଭା ମଧ୍ୟରୁ କଂଗ୍ରେସ 4ଟିରେ ପ୍ରାର୍ଥୀ ଦେଇଛି । ସେମାନଙ୍କ ମଧ୍ୟରୁ 2ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ଗୁରୁତ୍ତର ଅପରାଧୀକ ମାମଲା ରହିଛି । ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେପିର 35ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 21ଜଣ ଅର୍ଥାତ 60 ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ଏବଂ 18ଜଣ ଅର୍ଥାତ 51 ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତ୍ତର ଅପରାଧିକ ମାମଲା ରହିଛି । କଂଗ୍ରେସର 31ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 17ଜଣ ଅର୍ଥାତ 53 ପ୍ରତିଶତ ଏବଂ ବିଜେପିର 37 ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।

ସେହିଭଳି ଏହି 35ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ 5ମ ପାସ କରିଥିଲା ବେଳେ ଜଣେ ଅଷ୍ଟମ ଓ 5ଜଣ ଦଶମ ପାସ କରିଛନ୍ତି । ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ 7ଜଣ ପଞ୍ଚମ ପାସ, 18ଜଣ ଅଷ୍ଟମ ପାସ, 39ଜଣ 10 ପାସ ଏବଂ 4ଜଣ କେବଳ ଦସ୍ତଖତ କରି ଜାଣନ୍ତି । ଅର୍ଥାତ ବିଧାନସଭାର 244 ପ୍ରାର୍ଥୀଙ୍କ ମଧ୍ୟରୁ 68ଜଣ କଲେଜ ମାଟି ମାଡି ନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

2 + 9 =