ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ

ଫୁଲବାଣୀ–ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ପୁଲିସ ଆଜି ଗିରଫ କରିଛି । ଅନ୍ଧ୍ରପ୍ରଦେଶର ଇଛାପୁରମରୁ ତାଙ୍କୁ ଗିରଫ କରାଯାଇଥିଲା । ଶ୍ରୀ କହଁରଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହେବା ଏବଂ ଜଣେ ଆଦିବାସୀ ମହିଳାଙ୍କ ଘରେ ପଶି ତାଙ୍କୁ ମାଡ ମାରିବା ପ୍ରଭୃତି ଅଭିଯୋଗ ହେବା ପରେ ସେ ଫେରାର ହୋଇଯାଇଥିଲେ । ଗତ ସେପ୍ଟେମ୍ବର ମାସ ୩ ତାରିଖରେ ଶ୍ରୀ କହଁରଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରାଯାଇଥିଲା ସେହି ଦିନ ଠାରୁ ସେ ଫେରାର ଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − 15 =