ଶ୍ରୀମନ୍ଦିର ଦୃଶ୍ୟ ଭାଇରାଲ କରି ପୁଲିସ ଏସ.ଆଇ ସସପେଣ୍ଡ

ପୁରୀ—ଶ୍ରୀମନ୍ଦିର ବାଇସି ପାହାଚରେ ପିଣ୍ଡଦାନ କରିବା ଦୃଶ୍ୟ ଭିଡିଓ ଭାଇରାଲ ଦୀଲିପ ପଣ୍ଡା ନାମକ ପୁରୀର ଜଣେ ପୋଲିସ ସବଇନିସପେଟର ସସପେଣ୍ଡ ହୋଇଛନ୍ତି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ନିଷେଧ କରିଥିବା ବେଳେ ସପୃକ୍ତ ପୁଲିସ ବାବୁ ଜଣଙ୍କ ନିଜ ମୋବାଇଲରୁ ତାଙ୍କର ଏହି ପିଣ୍ଡଦାନ ଦୃଶ୍ୟକୁ ଉଠାଇ ଭାଇରାଲ କରିବା ସମସ୍ତଙ୍କ ନଜରକୁ ଆସିଥିଲା । ଏହି ଘଟଣାର ତଦନ୍ତ କରି ପୁରୀ ଏସପି ଶ୍ରୀପଣ୍ଡାଙ୍କୁ କାର୍ଯ୍ୟରୁ ସସପେଣ୍ଡ କରିଛନ୍ତି । ମନ୍ଦିର ଭିତରକୁ କୌଣସି ଲୋକ ଯେପରି ମୋବାଇଲ ନନିଅନ୍ତି ତାକୁ ଯାଂଚ କରିବା ଦାଇତ୍ୱ ପୁଲିସର କିନ୍ତୁ ପୁଲିସ ଜଦି ନିଜେ ମନ୍ଦିର ଭିତରକୁ ମୋବାଇଲ ନେଇ ଏଭଳି କାଣ୍ଡ କରନ୍ତି ତେବେ ଶ୍ରୀ ମନ୍ଦିର ଯେ କେତେ ସୁରକ୍ଷିତ ତାହା ସଷ୍ଟ ହୋଇଛି ।

Share

Leave a Reply

Your email address will not be published. Required fields are marked *

one × 3 =