ଆଜି ରାତିରୁ କାଲି ରାତି ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର ()ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍ବୁଲ୍’। ପାଣିପାଗ ବିଭାଗର ଆକଳନ ଅନୁସାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ‘ବୁଲ୍ବୁଲ୍’ ଅତିକ୍ରମ କରିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ସନ୍ଧ୍ୟା ବେଳକୁ ବର୍ଷା ଓ ପବନର ବେଗ ବଢ଼ିବ ।

IMD ଡିଜି କହିଛନ୍ତି, ପୂର୍ବାହ୍ନରେ ପାରାଦୀପଠାରୁ ୩୫୦କି.ମି. ଦୂରରେ ଥିଲା ‘ବୁଲ୍ବୁଲ୍’। ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ।  ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଳାକୁ ସତର୍କ ରହିବାକୁ କୁହାଯାଇଛି । ଏହି ୪ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ ସନ୍ଧ୍ୟା ବେଳକୁ ବର୍ଷା ଓ ପବନର ବେଗ ବଢ଼ିବା ସହ ଆଗାମୀ ୧୨ ଘଂଟା ପର୍ୟ୍ୟନ୍ତ ଏହି ସବୁ ଜିଲ୍ଲାରେ ଘଂଟା ପ୍ରତି ୭୦ରୁ ୮୦ କିଲୋମିଟର ପର୍ୟ୍ୟନ୍ତ ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।

Share

Leave a Reply

Your email address will not be published. Required fields are marked *

5 × 3 =