ସୁନ୍ଦରବନର ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ

ଭୁବନେଶ୍ୱର()୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ଲ୍ୟାଣ୍ଡଫଲ ହେବ ବାତ୍ୟା ବୁଲବୁଲ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ୯ ତାରିଖ ସକାଳ ପର୍ୟ୍ୟନ୍ତ ଆହୁରି ବଳ ଗୋଟାଇବ ବାତ୍ୟା ବୁଲବୁଲ୍ । ଏହା ପରେ ଆଗାମୀ ୧୨ ଘଂଟା ପର୍ୟ୍ୟନ୍ତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ପରେ ପୁଣି ଉତ୍ତରକୁ ଗତି କରିବ ।

ଆଜି ପୁରୀ, କେନ୍ଦ୍ରାପଡା, ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପବନର ବେଗ ୯୦ କିମି ହୋଇପାରେ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Share

Leave a Reply

Your email address will not be published. Required fields are marked *

15 − two =