ମହାରାଷ୍ଟ୍ରର ଆଲିବଗ୍ ଠାରେ ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ ନିସର୍ଗ

ମୁମ୍ବାଇ() ଭୀଷଣ ବେଗରେ ଉପକୁଳ ମୁହାଁ ହେଉଛି ଆରବସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନ ନିସର୍ଗ । ଆଜି ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ ‘ନିସର୍ଗ’ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟର ଉପକୁଳ ଜିଲ୍ଲା ଗୁଡିକରେ ପ୍ରଳ ବର୍ଷା ଆରମ୍ଭ ହଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଦକ୍ଷିଣ ମୁମ୍ବାଇ ଠାରୁ ପ୍ରାୟ ୯୪କିଲୋମଟିର ରେ ଅବସ୍ଥିତ ମହାରାଷ୍ଟ୍ରର ଆଲିବଗ୍ ଠାରେ ନିସର୍ଗ ଲ୍ୟାଣ୍ଡ ଫଲ କରିବ । ଏହାର ପ୍ରଭାବରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ହେବାର ସମ୍ଭାବନା ରହିଛି ।

ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଉପକୁଳ ଜିଲ୍ଲା ସମେତ ମୁମ୍ବାଇ, ଗୁଜରାଟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରିବାର ସମ୍ଭାବନ ରହିଛି । ବାତ୍ୟା ମୁକାବିଲା ପାଇଁ ମହାରାଷ୍ଟ୍ର ଓ ଗୁଜରାଟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଉଭୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରଭାବିତ ହେବାକୁ ଥିବା ଦୁଇ ରାଜ୍ୟର ଉପକୂଳ ବର୍ତ୍ତି ଜିଲ୍ଲାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

one × 2 =