ଅମ୍ଫାନଙ୍କୁ ନେଇ ଏସଆରସିଙ୍କ ତାଜା ସୂଚନା , ଜାଣନ୍ତୁ

ଭୁବନେଶ୍ବର()  ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ଆଗାମୀ ଦୁଇ ଘଣ୍ଟା ଭିତରେ ପରାରାଦ୍ୱୀପ ଅତିକ୍ରମ କରିବ ବାତ୍ୟା । ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୨୦୮ ମିମି ବର୍ଷା ରେକର୍ଡ଼ ହୋଇଛି । ଚାନ୍ଦବାଲିରେ ୬୭ ମିମି ଓ ଭୁବନେଶ୍ୱରରେ ୪୭ ମିମି ବର୍ଷା ରେକର୍ଡ଼ ହୋଇଛି । ବାତ୍ୟା ଅମ୍ଫାନଙ୍କୁ ନେଇ ତାଜା ସୂଚନା ଦେଇଛନ୍ତି ଏସଆରସି ।

ସେପଟେ ଭଦ୍ରକରେ ବାତ୍ୟା ଅମ୍ଫାନର ପ୍ରଭାବ ବେଶି ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ଗଛଭାଙ୍ଗି ପଡ଼ିବା ସହ ରାସ୍ତା ଘାଟ ଯାମ୍ ହୋଇଛି । ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ଲାଗି ରହିଛି । ଗଛ କାଟିବା କାମରେ ଲାଗଛନ୍ତି ଏନଡ଼ିଆରଫ ଟିମ୍ ।

Share

Leave a Reply

Your email address will not be published. Required fields are marked *

one − one =