ପୁରୀର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କରାଯିବ : ଜିଲ୍ଲାପାଳ

ପୁରୀ () ପୁରୀ ସହରକୁ ରୂପାନ୍ତରିତ କରି ଏକ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ରାଜ୍ୟ ସରକାର ପୁରୀ ସହ ଜଡିତ ସବୁ ସାଂସ୍କୃତିକ ଐତିହ୍ୟ ଓ ଅନୁଷ୍ଠାନଗୁଡିକର ସଂରକ୍ଷଣ କରାଯିବା ସହ ନୂଆ ରୂପ ଦିଆଯିବ । ପୁରୀରେ ଏବେ ଚାଲିଥିବା ଉଚ୍ଛେଦକୁ ଉଠୁଥିବା ପ୍ରଶ୍ନରେ ଜିଲ୍ଲା ପ୍ରଶାସନ ଏହି ଆଶ୍ବାସନା ଦେଇଛି ।

ପୁରୀ ଦେଶର ଏକ ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ର । ଏହା ସହ 9 ଶତାବ୍ଦିର ଇତିହାସ ଜିଡିତ । ଏଥିସହିତ ଏଠାରେ ଏକାଧିକ ଅନୁଷ୍ଠାନ ରହିଛି ଯେଉଁଗୁଡିକ ଶ୍ରୀଜଗନ୍ନାଥଙ୍କ ସହ ସଂପୃକ୍ତ । ଏହିସବୁ ଅନୁଷ୍ଠାନଗୁଡିକ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଗଢିଉଠିଥିବା ବେଳେ ସେ ମଧ୍ୟରୁ ଅଧିକାଂଶ ନିର୍ମାଣ ଅତି ଦୁର୍ବଳ ହୋଇପଡିବା ସହ ବିପଦଶଙ୍କୁଳ ହୋଇପଡିଛି । ଏହିସବୁ ନିର୍ମାଣ ଭଙ୍ଗାଗଲେ ନୂଆ ନିର୍ମାଣର ସୁଯୋଗ ସୃଷ୍ଟି ହୋଇପାରିବ । ସେ ମଧ୍ୟରୁ ଏମାର ମଧ୍ୟ ଅନ୍ୟତମ । ଷୋଢଷ ଶତାବ୍ଦୀରେ ରାମାନୁଜଚାରୀ ପ୍ରତିଷ୍ଠା କରିଥିଲେ ।

ଏମାର ମଠରେ ରହିଛି ବ୍ରିଟିଶ ଅମଳର ପୁରାତନ ରଘୁନନ୍ଦନ ଲାଇବ୍ରେରୀ। ଆଜି ଏହାର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ପ୍ରସ୍ତୁତି କରୁଛି ପୁରୀ ଜିଲ୍ଲା ପ୍ରଶାସନ । 1921 ମସିହାରେ ମହନ୍ତ ଗଦାଧର ରାମାନୁଜ ଦାସ ତାଙ୍କ ଗୁରୁ ରଘୁ ନନ୍ଦନ ରାମାନୁଜ ଦାସଙ୍କ ନାମରେ ଏହି ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ। ଏଠାରେ ଅନେକ ପୁସ୍ତକ , ତାଳ ପତ୍ର ପୋଥି ରହିଛି। ମହାଭାରତ, ବାଲ୍ମିକୀ ରାମାୟଣ ଭଳି ପୌରାଣିକ ପୁସ୍ତକ ସହ ବିଶ୍ବ ଇତିହାସର ଅନେକ ପୁସ୍ତକ ରହିଛି ଏହି ଲାଇବ୍ରେରୀରେ ।

ଯେଉଁଥି ପାଇଁ ଅନେକ ଛାତ୍ରଛାତ୍ରୀ, ଗବେଷକମାନେ ଆସି ଏଠି ବହି ପଢି ଅନେକ ଜ୍ଞାନ ହାସଲ କରିଛନ୍ତି । ଏହା ଓଡିଶାର ସର୍ବ ପୁରାତନ ଲାଇବ୍ରେରୀ ଅଟେ। ଓଡିଆ, ହିନ୍ଦି ଓ ବଙ୍ଗଳାରେ 5000ରୁ ଅଧିକ ତାଳପତ୍ର ଓ ତାମ୍ରପତ୍ର ପୋଥି ରହିଛି । ଏବେ ଏହିସବୁ ବହିକୁ ସ୍ଥାନାନ୍ତରିତ କରି ତାର ସଂରକ୍ଷଣକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇଛି ।

ଜିଲ୍ଲା ପ୍ରଶାସନ ଏହି ପାଠାଗାରରୁ ବହିଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପରେ ମଠର ଉଚ୍ଛେଦ ଆରମ୍ଭ କରିଛନ୍ତି । ଓଡିଶା ଅଭିଲେଖାଗାର ଏଦିଗରେ ଆଗେଇ ଆସି ବହିଗୁଡିକର ସଂରକ୍ଷଣ ଦାୟିତ୍ବ ନେଇଛି । ଏମାର ମଠରେ ଥିବା ରଘୁନନ୍ଦନ ଲାଇବ୍ରେରୀର ଉନ୍ନତୀକରଣ ହେବ । ଅତ୍ୟାଧୁନିକ ଭାବେ ଲାଇବ୍ରେରୀକୁ ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ବାହାରୁ ଆସିବେ ଏକ୍ସପର୍ଟ ଟିମ । କିଭଳି ବିରଳ ବହି ଗୁଡିକ ସଂରକ୍ଷଣ କରିହେବ ସେ ନେଇ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ।

ସେହିପରି ନଷ୍ଟ ହୋଇ ଯାଇଥିବା ବହି ଗୁଡିକୁ କେମିକାଲ ଦିଆଯାଇ ସଂରକ୍ଷଣ କରାଯିବ । ଏହାକୁ ପରବର୍ତୀ ସମୟରେ ଡିଜିଟାଇଜେସନ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ରଘୁନନ୍ଦନ ଲାଇବ୍ରେରୀରେ ଥିବା ବହି ଗୁଡିକୁ ଜିଲା ପ୍ରଶାସନ ନିଜ ହେପାଜତକୁ ନେଇଛି । ଗତକାଲି ମଠ ଉଚ୍ଛେଦ ପରେ ଏହି ବହିଗୁଡ଼ିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ କୋଠରୀରେ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 5 =