ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୯୪୦କୁ ବୃଦ୍ଧି

ନୂଆଦିଲ୍ଲୀ()କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌କୁ ଟପିଛି ଭାରତ । ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୯୪୧ ରହିଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୮୬ ହଜାର ହେଲାଣି । ୮୫ ହଜାର ୯୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

କେବଳ ମହାରାଷ୍ଟ୍ରରେ ୨୯ ହଜାର ୧୦୦ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ଓ ମୃତ୍ୟୁରେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଲାଣି । ତାମିଲନାଡୁରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରେ ପାର କରିଛି । ସେହିପରି ଗୁଜରାଟରେ ୯ ହଜାର ୯୩୧ ଆକ୍ରାନ୍ତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + seventeen =