ବୁଲବୁଲ ଠାରୁ ବଡ଼ ଧରଣର ହୋଇପାରେ ଅମ୍ପାନ୍

ଭୁବନେଶ୍ବର() ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ସିମାନ୍ତରେ ଲାଣ୍ଡଫଲ।କରିବା ସମ୍ଭାବନା ରହିଛି ।ତେବେ ଏହି ବାତ୍ୟା ବେଙ୍ଗଲ ଉପକୂଳକୁ ଯିବାକୁ ଅଧିକ ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ସେ କହିଛନ୍ତି ଏଥି ଲାଗି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦାଆଯାଇଛି ।

ସେପଟେ ଆଇଏମଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ବାତ୍ୟା ଫନି ଭଳି ଭୟଙ୍କର ହେବନାହି ତା ଠାରୁ କମ ହେବ କିନ୍ତୁ ଏହା ବୁଲବୁଲ ଠାରୁ ବଡ଼ ଧରଣର ହୋଇପାରେ ।ତେବେ ଓଡିଶାରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି ।

ବାତ୍ୟା ପାରାଦୀପ ଠାରୁ ୧୦୬୦ କିଲୋମିଟର ଦୂରରେ ଅଛି । ସମୁଦ୍ର ପଥରେ ଘଂଟା ପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି । ୧୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟା ରିକର୍ଭ ହେବ । ୨୦ ତାରିଖ ଦିନ ବେଳା ବାତ୍ୟା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଉଛି । ବାତ୍ୟା ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଯିବ । ସମୁଦ୍ର ଭିତରେ ବାତ୍ୟା ଓଡିଶା ଉପକୂଳ ଦେଇ ଯିବା ବେଳେ ଉପକୂଳ ଓ ଉତର ଓଡିଶାରେ ପ୍ରଭାବ ରହିବ । ୧୮ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟକୁ ନଜରରେ ରଖି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଗଂଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

six − 1 =