ପୂଜାଚାନ୍ଦା ମାଗିବାକୁ ନେଇ ନିର୍ଦ୍ଦେଶନାମା ଜାରି କଲେ ସରକାର

ଭୁବନେଶ୍ୱର:  ଆଗକୁ ଆସୁଛି ଗଣେଶ ପୂଜା ତା’ପରେ ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାଳି ଓ କାର୍ତ୍ତିକେଶ୍ୱର ପୂଜା ପଡ଼ିବ। ଏଥିପାଇଁ ବିଭିନ୍ନ କ୍ଲବ ନାମରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ରାସ୍ତାଘାଟରେ ଚାନ୍ଦା ମାଗିବାକୁ ନେଇ ଅନେକ ସମୟରେ ସଂଘର୍ଷ ମଧ୍ୟ ହୋଇଥାଏ। ଏହାର ସ୍ଥାୟୀ ପ୍ରତିକାର ପାଇଁ ପୁଲିସ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଆଇପିସିର ଧାରା ୩୮୪ ଅନୁସାରେ  ବଳପୂର୍ବକ ଅର୍ଥ ଆଦାୟ କଲେ ସର୍ବାଧିକ ଦଣ୍ଡ ୩ ବର୍ଷ ଜେଲ୍‌,ଆଇପିସିର ଧାରା ୩୮୬  ଅନୂଯାଇ ମୃତ୍ୟୁ ବା ଆଘାତର ଭୟ ଦେଖାଇ ବଳପୂର୍ବକ ଅର୍ଥ ଆଦାୟ କଲେ ସର୍ବାଧିକ ଦଣ୍ଡ ୧୦ ବର୍ଷ ଜେଲ୍‌ ଏହା ସହ ଆଇପିସିର ଧାରା ୩୮୭ ଅନୂଯାଇ ବଳପୂର୍ବକ ଅର୍ଥ ଆଦାୟ ବା ଉଦ୍ୟମ କରିବା ବେଳେ ମୃତ୍ୟୁ ବା ଆଘାତର ଭୟ ଦେଖାଇଲେ ସର୍ବାଧିକ ଦଣ୍ଡ ୭ ବର୍ଷ ଜେଲ୍‌ ଭଳି ବିଭିନ୍ନ ଦଫାରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଥାନାର ଆଇଆଇସିମାନଙ୍କୁ ରାଜ୍ୟ ପୁଲିସର ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

 

Share

Leave a Reply

Your email address will not be published. Required fields are marked *

fifteen − six =