କଟକରୁ ଆଉ ୧୨୫ କରୋନା ପଜିଟିଭ

କଟକ() କଟକ ସହରରୁ ମଙ୍ଗଳବାର ୧୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୬୫୩ରେ ପହଁଚିଛି ।

 

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତ ୩୪ ଜଣ ରହିଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ଜଣ ରହିଛନ୍ତି ।

ସୂଚନାଯୋଗ୍ୟ, କଟକ ସହରରୁ ଏବେସୁଦ୍ଧା ୩୬୫୩ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୨୨୦୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୨୧ଜଣ ପ୍ରାଣ ହରାଇଥିବା ବେଳେ ଏବେବି ୧୪୨୮ଟି ସକ୍ରିୟ କେସ୍ ରହିଛି ।

Share

Leave a Reply

Your email address will not be published. Required fields are marked *

13 − 12 =