୭ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ() ଚଳିତ ଲୋକସଭାର ବେଜଟ୍ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ । ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ନିଲମ୍ବିତ ୭ ସାଂସଦ ହେଉଛନ୍ତି- ଗୌରବ ଗୋଗୋଇ, ଗୁରଜିତ ସିଂ, ଟିନ୍ ପ୍ରାଥପନ୍, ଡିନ୍ କୁରିଅକୋଶ, ଆର ଅନ୍ନିତାନ୍, ମାଣିକମ୍ ଟାଗୋର, ବେନି ବେହାନନ୍ । ଳୋକସଭାରେ ହଙ୍ଗାମା କରୁଥିବା କାରଣରୁ ବାଚସ୍ପତି ୭ ସାଂସଦଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ସାଂସଦମାନେ ଦିଲ୍ଲୀ ହିଂସାକୁ ନେଇ ଚର୍ଚ୍ଚା କରିବା ସହ ଗୃହରେ ହଙ୍ଗାମା କରିଥିଲେ ।

Share

Leave a Reply

Your email address will not be published. Required fields are marked *

17 − nine =