ଭୁବନେଶ୍ବରରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ୧୭ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ଭୁବନେଶ୍ୱରର । ଏହାସହ ୭ଜଣଙ୍କ ମଧ୍ୟରେ ୪ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟିନରେ ଥିବା ୪ଜଣ ରେଲୱେ କର୍ମଚାରୀ ଓ ସମସ୍ତ ୪ଜଣ ପୁରୁଷ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେହିପରି ଡୁମୁଡୁମାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟ ମହିଳା ଥିବା ବେଳେ ଜଣେ ୧୦ବର୍ଷ ନାବାଳକ ଅଛି । ଅନ୍ୟ ଜଣେ ୩୧ ବର୍ଷୀୟା ମହିଳା ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିଲେ ।

Share

Leave a Reply

Your email address will not be published. Required fields are marked *

twelve + 10 =