ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ

ଭୁବନେଶ୍ୱର() ଆସନ୍ତା ୨୦ରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ବିଧାନସଭା ଶୀତ ଅଧିବେଶନ ପ୍ରସ୍ତୁତି ନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତିି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ‘ ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ୧୭,୧୮ ଓ ୧୯ରେ ସଦସ୍ୟ ଓ ବ୍ୟକ୍ତିଗତ ସଚିବଙ୍କ କୋଭିଡ ଟେଷ୍ଟ ହେବ । ବିଧାୟକଙ୍କ ସହାୟକ ଓ ବିଧାନସଭା କର୍ମଚାରୀଙ୍କ କରୋନା ଟେଷ୍ଟ ହେବ । ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କ କୋଭିଡ ଟେଷ୍ଟ ହେବ । ବିଧାନସଭା ଚାଲିଥିବା ସମୟରେ ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟ ହେବ । ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ । ସାମ୍ବାଦିକମାନଙ୍କୁ ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯିବ । ଏଥର ମଧ୍ୟ ସଦସ୍ୟ ଭିଡିଓ କନଫରେନ୍ସିଂରେ ଭାଗ ନେଇପାରିବେ । ପ୍ରଶ୍ନକାଳ ବାତିଲ ହେବ ନା ନାହିଁ, ସେନେଇ ଆଲୋଚନା ହୋଇନାହିଁ ।

 

Share

Leave a Reply

Your email address will not be published. Required fields are marked *

thirteen + 2 =