୨୧ ଆସନରେ ବିଜେପି ଆଗୁଆ

ଭୋପାଳ()  ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନରେ ଶାସକ ଦଳର ଦବଦବା ଜାରି ରହିଛି । ମଧ୍ୟାହ୍ନ ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତିରେ ବିଜେପି ୨୧ ଆସନରେ ଅଗ୍ରଣୀ ରହିଛି । କଂଗ୍ରେସ ୬ ଟି ଆସନରେ ଅଗ୍ରଣୀ ରହିଥିବା ବେଳେ ବହୁଜନ ସମାଜ ପାର୍ଟି ଗୋଟିଏ ଆସନରେ ଅଗ୍ରଣୀ ରହିଛି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପ ନିକଟରେ ୧୦୭ ବିଧାୟକ ରହିଛନ୍ତି । ସରକାର ବଞ୍ଚାଇବା ପାଇଁ ମାତ୍ର ୯ଟି ଆସନର ଆବଶ୍ୟକତା ରହିଥିବା ବେଳେ ବିଜେପି ସରକାର ବଞ୍ଚାଇବାରେ ସକ୍ଷମ ହେବ ବୋଲି ପୂର୍ବାନୂମାନ ଲଗାଯାଉଛି । ଉଲ୍ଲେଖଯୋଗ୍ୟ ଯେ,କଂଗ୍ରେସରୁ ୨୨ ଜଣ ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହେବା ପରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ବିଧାନସଭାରେ କଂଗ୍ରେସର ୮୮ ଆସନ ରହିଥିବା ବେଳେ ସରକାର ଗଠନର ଦାବି ପେଶ କରିବା ପାଇଁ ଅନ୍ୟୁନ ୨୦ଟି ଆସନ ଆବଶ୍ୟକ । ଏହି ଉପ ନିର୍ବାଚନକୁ ନେଇ ୪ ନେତାଙ୍କ ସମ୍ମାନ ବାଜି ଲାଗିଛି । ଉକ୍ତ ୪ ନେତା ହେଉଛନ୍ତି କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂ ଚୌହାନ ଏବଂ ନରେନ୍ଦ୍ର ସିଂ ତୋମାର ।

Share

Leave a Reply

Your email address will not be published. Required fields are marked *

5 × 3 =