ରାଜ୍ୟରେ ଶୀତ ଲହରି ଜାରି, ୧୫ ଡିଗ୍ରୀ ତଳେ ୧୭ ସହର

ଭୁବନେଶ୍ୱର() ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୮.୮ ଡିଗ୍ରୀ ସହ ରାଜ୍ୟର ଶୀତଳ ସହର ହୋଇଛି ସୋନପୁର । ଆହୁରି ୪ରୁ ୫ ଦିନ ଯାଏ ରହିବ ଶୀତ । ବର୍ତ୍ତମାନ ରାଜ୍ୟରେ ୧୫ ଡିଗ୍ରୀ ତଳେ ୧୭ଟି ସହର ରହିଛି । ଫୁଲବାଣୀରେ ୯, ଅନୁଗୁଳରେ ୧୦, ଦାରିଙ୍ଗବାଡିରେ ୧୦.୫, ଭବାନୀପାଟଣାରେ ୧୧.୫, କେନ୍ଦୁଝରରେ ୧୨.୨, ତାଳଚେରରେ ୧୨.୩, ବାରିପଦାରେ ୧୨.୫, କୋରାପୁଟରେ ୧୨.୬, ଝାରସୁଗୁଡାରେ୧୨.୯, ସୁନ୍ଦରଗଡରେ ୧୩ , ବୌଦ୍ଧ ଓ ବଲାଙ୍ଗିରରେ ୧୪, କଟକରେ ୧୪.୨, ଟିଟିଲାଗଡରେ ୧୪.୫, ଚାନ୍ଦବାଲି ଓ ସମ୍ବଲପୁରରେ ୧୪.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ବରରେ ୧୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 3 =