ନବମ ପର୍ୟ୍ୟାୟ, ଏତିକି ହଜାର ଭୋଟରେ ବିଜେଡି ଆଗୁଆ

ତିର୍ତ୍ତୋଲ() ତିର୍ତ୍ତୋଲରେ ସରିଲା ନବମ ପର୍ୟ୍ୟାୟ ଭୋଟ ଗଣତି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ନବମ ପର୍ୟ୍ୟାୟ ଭୋଟ ଗଣତି ସରିଛି । ୯ମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୨ ହଜାର୭୫, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୬ ହଜାର ୮୩୫, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୧୭ ହଜାର ୫୧୪ ଭୋଟ ପାଇଛନ୍ତି ।

ଅନ୍ୟପଟେ ବାଲେଶ୍ୱରରେ ମଧ୍ୟ ବିଜେଡି ଆଗୁଆ ରହିଛି । ନବମ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ବିଜେଡି ୪,୧୭୪ ଭୋଟରେ ଆଗୁଆ ରହିଛି । ନବମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୩,୬୭୬, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୯,୫୦୨ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୨୧୧୭ ଭୋଟ୍ ମିଳିଛି ।

Share

Leave a Reply

Your email address will not be published. Required fields are marked *

ten + 13 =