ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସହ ବାହାରିବ ଆଡ଼ପ ଅବଢ଼ା

ପୁରୀ()  ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ପହଞ୍ଚିଛନ୍ତି। ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଜନ୍ମବେଦି ତଥା ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଗତକାଲି ଠାରୁ ଶରଧାବାଲିରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାପତି ଓ ଅନ୍ୟ ସେବାୟତମାନେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ନେଇଛନ୍ତି।

ରଥାରୁଢ଼ ଶ୍ରୀବିଗ୍ରହଙ୍କ ସକାଳୁ ମଙ୍ଗଳ ଆଳତି, ମଇଲମ , ଅବକାଶ, ଗୋପାଳବଲ୍ଲଭ, ସକାଳ ଧୂପ, ଦ୍ୱିପ୍ରହର ଧୂପ କରାଯାଇଥିଲା । ସଂଧ୍ୟା ଧୂପ ପରେ ରଥର ଘୋଡ଼ା ଖୋଲାଯାଇ ଚାରମାଳ ବନ୍ଧା ଯିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ।

 

ଆଡ଼ପ ମଣ୍ଡପ ପହଣ୍ଡି ପାଇଁ ଗୁଣ୍ଡିଚା ମନ୍ଦିର ଚାରି ପାଖରେ କର୍ଫ୍ୟୁ ସହ ସଟଡାଉନ ବଳବତ୍ତର ରହିଥିଲା । ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସହ ବାହାରିବ ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ଯୋଗାଇବା ପାଇଁ ସୁଆର-ମହାସୁଆର ନିଯୋଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

 

ସେପଟେ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ଏଥର ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଦର୍ଶନ ବନ୍ଦ କରାଯାଇଛି । ଗୁଣ୍ଡିଚା ମନ୍ଦିର ନିକଟରେ ଏବେ ତିନି ରଥ ଚାରିପଟେ ବ୍ୟାରିକେଡ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × one =