୨୪ ଘଣ୍ଟାରେ ୧୦ ହଜାର ୧୬୬ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ() ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୯୦କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୦୯୧ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୧୬୬ ନୂଆ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସମୟରେ ସଂକ୍ରମିତଙ୍କ ସଂଖ୍ୟା ୧,୫୩,୧୭୮ ରହିଛି । ଏବଂ ସୁସ୍ଥ ସଂଖ୍ୟା ୧,୮୦,୦୧୩ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ମହାରରାଷ୍ଟ୍ରରେ ସର୍ବାଧିକ ୪ ହଜାର ୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୧୫୦୫, ଦିଲ୍ଲୀରେ ୧୪୦୦, ପଶ୍ଚିମବଙ୍ଗରେ ୪୮୫, ମଧ୍ୟପ୍ରଦେଶରେ ୪୬୫, ତାମିଲନାଡୁରେ ୪୭୯, ଉତ୍ତରପ୍ରଦେଶରେ ୩୯୯ ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

four + fourteen =