ଆସନ୍ତା କାଲି ପ୍ରବଳ ଛେଚିବ

ଭୁବନେଶ୍ୱର: ଓଡ଼ିଶା ଛଉଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ । ଦକ୍ଷିଣ ଓଡ଼ିଶା ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଲଘୁଚାପ ଯୋଗୁଁ ଆଜି ଅନେକ ଅଞ୍ଚଳରେ ବର୍ଷା ହେବ । ଆସନ୍ତାକାଲି ବେଶୀ ବର୍ଷା ହେବ । ଆସନ୍ତା ୪୮ ଘଣ୍ଟାରେ ସମଗ୍ର ଓଡ଼ିଶାରେ ବର୍ଷା ହେବ । ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ତେବେ ୧୧ ତାରିଖରେ ସାରା ରାଜ୍ୟରେ ପ୍ରବଳ ବର୍ଷ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସାରା ଓଡ଼ିଶାକୁ ଛୁଇଁବ। ଏଥିପାଇଁ ସ୍ଥିତି ଅନୁକୂଳ ରହିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁନ୍ ୩ ତାରିଖରେ କେରଳ ଛୁଇଁ ଥିଲା ମୌସୁମୀ ବାୟୁ। ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ପରେ ବା ଏହା ପାଖାପାଖି ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥାଏ।

Share

Leave a Reply

Your email address will not be published. Required fields are marked *

six − 4 =