ପିପିଲି ଘଟଣାରେ କ୍ରାଇମବ୍ରାଂଚ ହାଇକୋର୍ଟକୁ ଯିବ

ପିପିଲି ଗଣ ବଳକ୍ôାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମାନେ ତଳ କୋଟର୍ରେ ନିଦେ୍ର୍ଧାଷରେ ଖଲାସ ହେବା ବିରୁଦ୍ଧରେ କ୍ରାଇମବ୍ରାଂଚ ହାଇକୋର୍ଟକୁ ଯିବ ବୋଲି ସୂଚନା ମିଳିଛି । କ୍ରାଇମବ୍ରାଂଚ ଆଡଭୋକେଟ କାମଦେବ ତି୍ରପାଠୀ ଏଠାରେ ଏହି ସୂଚନା ଦେଇ କହିଛନ୍ତି ଯେ ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେÂ ପ୍ରମାଣ ରହିଥିଲା ତା ସତ୍ୱେ ସେମାନେ ଖସିଗଲେ । ଏହା ବିରୁଦ୍ଧରେ କ୍ରାଇମବ୍ରାଂଚ ହାଇକୋର୍ଟକୁ ଯିବ ।
ଏହା ପରେ ଏବେ ପ୍ରଶ୍ନ ଉଠୁଛି, ଯଦି ଅପରାଧୀ ନିର୍ଦ୍ଦୋଷ ତେବେ ପୀଡିତାଙ୍କୁ ମାରିଲା କିଏ । ସେ ମଲା କେମିତି । ଆଉ ପୀଡିତାର ମୃତ୍ୟୁ ପାଇଁ ଦାୟୀ କିଏ । ସବୁଠାରୁ ବଡ କଥା ହେଲା ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ନଥିଲେ । କ୍ରାଇମବ୍ରାଂଚ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର କୌଣସି ପାରିପାଶ୍ୱର୍ିକ ପ୍ରମାଣ କୋର୍ଟରେ ଉପସ୍ଥାପନ କରିପାରିନଥିଲା । ଫଳରେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ସେପଟେ ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ବିଚାରପତିଙ୍କ ରାୟ ଉପରେ ଟିପ୍ପଣୀ ଦେବାକୁ ମନାକରିଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ୭୫ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରି ବିଚରପତି ରାୟ ଶୁଣାଇଛନ୍ତି । ତା ପରିବାରକୁ ନ୍ୟାୟ କି ଅନ୍ୟାୟ ମିଳିଛି ମୁଁ ଜାଣିନି । ସେ ସମୟରେ ମୁଁ ଇସ୍ତଫା ଦେଇଥିଲି ବର୍ତମାନ କ୍ଷୀର ପାଣି ଅଲଗା ହୋଇଛି । ସତ୍ୟର ଜୟ ହୋଇଛି । କେମିତି ପୀଡିତାର ମୃତ୍ୟୁ ଘଟିଛି, ସେ କଥା ପୋଲିସ ଖୋଜିବ । ପୀଡିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି ।
ପିପିଲି ଗଣଦୁଷ୍କର୍ମ ମାମଲାର ସେ ସମୟରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏବେ କୋର୍ଟଙ୍କ ରାୟ ପରେ କ୍ରାଇମବ୍ରାଂଚର ତଦନ୍ତ ନେଇ ପ୍ରଶ୍ନ ଉଠିଛି । ବଡ ଘଟଣାକୁ କ୍ରାଇମବାଂଚ କିଭଳି ହାଲୁକା ଭାବେ ନେଲା ସେ ନେଇ ବି ସନ୍ଦେହ ସୃଷ୍ଟି ହୋଇଛିି । ଗତକାଲି ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ଦ୍ଦୋଷରେ ଖଲାସ କରିଥିଲେ । ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳରୁ ଆସିଥିଲା ଏହି ଗଣଦୁଷ୍କର୍ମ ଅଭିଯୋଗ । କିଛି ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ପ୍ରାଣ ହରାଇଥିଲେ ପୀଡିତା । ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

Share

Leave a Reply

Your email address will not be published. Required fields are marked *

eighteen + fifteen =