ଜାଣନ୍ତୁ ସାଇବାବାଙ୍କ ପୂଜା କରିବା ବେଳେ କାହିଁକି ପ୍ରଥମେ ଶ୍ରୀଗଣେଷଙ୍କୁ ପୂଜା କରାଯାଏ

ଭୁବନେଶ୍ୱର: ଯେତେବେଳେ ବାବା ଶିରିଡ଼ିରେ ବିଦ୍ୟମାନ ଥିଲେ, ଭକ୍ତମାନେ ଗଣେଷ, ଶିବ, ପଣ୍ଢାରିନାଥ ଆଦି ଅନ୍ୟାନ୍ୟ ଦେବଦେବୀଙ୍କ ସହ ବାବାଙ୍କ ପୂଜା କରୁଥିଲେ । ଆଉ କାହାରି ପୂଜା ନକରି କେବଳ ବାବାଙ୍କୁ ପୂଜା କରିବା ଭକ୍ତଙ୍କ ସଂଖ୍ୟା ବହୁତ ଅଳ୍ପ ଥିଲା । ଶ୍ରୀ ଗଣେଷ, ଶିବ ଓ ହନୁମାନଙ୍କୁ ମନ୍ତ୍ର ସ୍ତୋତ୍ର ପାଠ କରି ଯେଭଳି ଆବାହନ କରାଯାଏ, କେତେକ ଭକ୍ତ ଶରୀରଧାରୀ ବାବାଙ୍କୁ ବି ସେଇଭଳି ଆହାହନ କରୁଥିଲେ । ହିନ୍ଦୁ ଧର୍ମ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ଯେକୌଣସି ଦେବତାଙ୍କ ଭଳି ସଦଗୁରୁଙ୍କ ପୂଜାର୍ଚ୍ଚନା କରାଯାଇପାରେ । ସ୍ୱୟଂ ସଦଗୁରୁ ଆଧ୍ୟାତ୍ମିକତାର ପୂର୍ଣ୍ଣସ୍ୱରୂପ ।

Share

Leave a Reply

Your email address will not be published. Required fields are marked *

14 − 5 =