ରାଜଧାନୀରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର: ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍ଥାନ ଗସ୍ତ କରି ଚାଲିଥିବା ଉନ୍ନୟନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି । କେୟାର ହସପିଟାଲ ନିକଟରେ ବସ୍ତିବାସିନ୍ଦାଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମର ହାଉସିଂ ପ୍ରୋଜେକ୍ଟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ପ୍ରକଳ୍ପ କାର‌୍ୟ୍ୟ ଶୀଘ୍ର ସାରି ହିତାଧିକାରୀଙ୍କୁ ହସ୍ତାନ୍ତର ନେଇ ସେ ଗୁରୁତ୍ୱାରୋପ କରିବା ସହ ଏ ବାବଦରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ୫-ଟି ସଚିବ ଇନଫୋସିଟିରେ ଇଡ୍କୋ ଇନକୁବେସନ ସେଂଟର ନିର୍ମାଣ କାର‌୍ୟ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ପ୍ରଥମେ ୫-ଟି ସଚିବ ବରମୁଣ୍ଡା ଆନ୍ତର୍ଜାତିକ ବସ୍ ଟର୍ମିନାଲ ପ୍ରକଳ୍ପର ସମୀକ୍ଷା କରିଥିଲେ । ପ୍ରକଳ୍ପ ସମୀକ୍ଷା ବେଳେ ୫-ଟି ସଚିବଙ୍କ ସହ ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

17 − seven =