ଅଖିଳେଶଙ୍କ ସମର୍ଥକ ପାଟିରେ ଠେଙ୍ଗା ପୁରାଇଲେ ବିଜେପି ନେତା

ଉତ୍ତର ପ୍ରଦେଶ ର ସମ୍ଭଳରେ ବିଜେପି ନେତାଙ୍କ ଏକ ଆଶ୍ଚର୍ୟ୍ୟକର ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ଅମରାହୋର ବିଜେପି ନେତା ଜଣେ ଦିବ୍ୟାଙ୍ଗଙ୍କ ମୁହଁରେ ବାଡି ପୁରାଉଥିବା ନଜର ଆସୁଛନ୍ତି । ଅଭିଯୋଗ ଅନୁସାରେ, ଦିବ୍ୟାଙ୍ଗ ବ୍ୟକ୍ତି ମଦ ନିଶାରେ ଅଖିଳେଶ ଯାଦବଙ୍କୁ ଭୋଟ ଦେବାର ନାରା ଲାଗାଉଥିଲେ । ଯଦ୍ୱାରା ବିଜେପି ନେତା ରାଗିଗଲେ । । ସେଇଠି ପୁଲିସ ବି ଦିବ୍ୟାଙ୍ଗକୁ ଧରି ଥାନା ନେଇଗଲା । ବିଜେପି ନେତାଙ୍କ ଭିଡିଓ ସୋଶିଆଲ ମିଡିଆରେ ହେଉଛି ଭାଇରାଲ ।
ଘଟଣାଟି ସମ୍ଭଳ ସଦରର ଏସଡିଏମ୍ ଅଫିସ ସାମନାର । ଯେଉଁଠି ଅମରୋହାର ବିଜେପି ନେତା ମୁହମ୍ମଦ ମିୟାଁ ରାସ୍ତାରେ ଛିଡା ହୋଇଥିବା ଜଣେ ଦିବ୍ୟାଙ୍ଗଙ୍କ ମୁହଁରେ ବାଡି ପୁରାଇଦେଲେ । ଥରେ ନୁହେଁ ତିନି ତିନି ଥର ବିଜେପି ନେତା ତାଙ୍କ ମୁହଁରେ ବାଡି ପୁରାଇଲେ । ଏହାପରେ ବି ଦିବ୍ୟାଙ୍ଗ ଜଣକ ଡରିଲେନି ଓ ନାରା ଲଗାଇବା ଜାରି ରଖିଲେ ।ପୁଲିସର କହିବାନୁସାରେ, ଦିବ୍ୟାଙ୍ଗ ମଦ ନିଶାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଳିଗୁଲଜ କରୁଥିଲା । ତାଙ୍କ ପାଖକୁ ଉତ୍ପୀଡନର କୌଣସି ମାମଲା ସମାନାକୁ ଆସିନି । ଯଦି ଆସିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

Share

Leave a Reply

Your email address will not be published. Required fields are marked *

18 − sixteen =