ପୁଣି ବନ୍ଦ ହେବ ଡ୍ୟାନ୍ସ ବାର

ଭୁବନେଶ୍ବର ()  ଭୁବନେଶ୍ବରରେ ଚାଲିଥିବା ଡ୍ୟାନ୍ସ ବାର୍ ପୁଣି ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଡ୍ୟାନ୍ସ ବାର୍ ବନ୍ଦ ରଖିବାକୁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।

ରାଜଧାନୀରେ ଥିବା ବିଭିନ୍ନ ଡ୍ୟାନ୍ସ୍ ବାର୍କୁ ମଳିଥିବା ଫାୟାର୍ ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍ଗୁଡ଼ିକ ତ୍ରୁଟିଯୁକ୍ତ ବୋଲି କହିଛନ୍ତି ଫାୟାର୍ ସର୍ଭିସ୍ ଡିଜି ବି. କେ. ଶର୍ମା । ସେ କହିଛନ୍ତି ଯେଉଁ ଅଧିକାରୀମାନେ ଏନଓସି ଦେଇଛନ୍ତି ତାହା ସେମାନଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ନିୟମାନୁସାରେ ଡ୍ୟାନ୍ସ୍ ବାର୍ ମାଲିକମାନଙ୍କୁ ଏନଓସି ନିମନ୍ତେ ପୁନର୍ବାର ଆବେଦନ କରିବାକୁ ପଡ଼ିବ।

କିଛିଦିନ ତଳେ ରାଜଧାନୀର ୭ଟି ଡ୍ୟାନ୍ସ ବାର ଖୋଲିବାକୁ ଅନୁମତି ମିଳିଥିଲା । ତେବେ ଅନେକ ଡ୍ୟାନ୍ସ ବାର ସମସ୍ତ ସର୍ତ୍ତ ପାଳନ କରୁନାହାନ୍ତି ।

Share

Leave a Reply

Your email address will not be published. Required fields are marked *

five + 15 =