୨୪ ଘଣ୍ଟାରେ ୪୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ୪୨ ମୁଣ୍ଡନେଲା ମହାମାରୀ କରୋନା । ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁନ୍ ୫ରେ ୭୦୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୦୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୨୨୬ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୭୧, ଯାଜପୁରରୁ ୪୮୬, ଅନୁଗୋଳରୁ ୩୮୮, ମୟୂରଭଞ୍ଜରୁ ୩୭୦, ବାଲେଶ୍ୱରରୁ ୩୩୧ ଓ ପୁରୀ ଜିଲ୍ଲାରୁ ୩୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୮୮ଜଣ, ବାଲେଶ୍ୱରରୁ ୩୩୧ଜଣ, ବରଗଡ଼ରୁ ୧୧୭ ଜଣ, ଭଦ୍ରକରୁ ୨୬୭ଜଣ, ବଲାଙ୍ଗୀରରୁ ୮୯ ଜଣ, ବୌଦ୍ଧରୁ ୧୩୪ଜଣ, କଟକରୁ ୭୭୧ଜଣ, ଦେବଗଡ଼ରୁ ୬୪ ଜଣ, ଢେଙ୍କାନାଳରୁ ୧୦୬ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୭୪ ଜଣ, ଜଗତସିଂହପୁରରୁ ୨୩୨ ଜଣ, ଯାଜପୁରରୁ ୪୮୬ ଜଣ, ଝାରସୁଗୁଡ଼ାରୁ ୯୭ ଜଣ, କଳାହାଣ୍ଡିରୁ ୧୦୩ ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧୮୮ଜଣ, କେଉଁଝରରୁ ୧୪୮ଜଣ, ଖୋର୍ଦ୍ଧାରୁ ୧୧୬୭ ଜଣ, କୋରାପୁଟରୁ ୧୫୮ ଜଣ, ମାଲକାନଗିରିରୁ ୯୫ଜଣ, ମୟୁରଭଞ୍ଜରୁ ୩୭୦ଜଣ, ନବରଙ୍ଗପୁରରୁ ୧୯୮ ଜଣ, ନୟାଗଡ଼ରୁ ୧୯୬ଜଣ, ନୂଆପଡ଼ାରୁ ୨୮ ଜଣ, ପୁରୀରୁ ୩୦୬ ଜଣ, ରାୟଗଡ଼ାରୁ ୨୨୨ ଜଣ, ସମ୍ୱଲପୁରରୁ ୧୦୭ଜଣ, ସୋନପୁରରୁ ୫୯, ସୁନ୍ଦରଗଡ଼ରୁ ୨୪୩ ଓ ଷ୍ଟେଟ ପୁଲରୁ ୨୦୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

nine + eleven =