ଶାହୀଦଙ୍କୁ କିସ୍ କରିବାକୁ ପ୍ରିୟଙ୍କାଙ୍କୁ ମଜା ଲାଗେ

କିଛି ଦିନ ତଳେ ପ୍ରିୟଙ୍କା ନିଜର ଏକ ରାଜ ଖୋଲିଛନ୍ତି। ଏହା ଶୁଣି ଅନେକ ଦର୍ଶକ ଆଶ୍ଚର୍ୟ୍ୟ ହୋଇଛନ୍ତି। ରୟାଲିଟି ସୋ- କଫି ୱିଥ୍ କରନରେ ପ୍ରିୟଙ୍କାଙ୍କୁ କରନ ଏକ ସ୍ମାର୍ଟ ପ୍ରଶ୍ନ ପଚାରିଥିଲେ। କରନ ପଚାରିଥିଲେ ଯେ, କେଉଁ ଅଭିନେତାଙ୍କୁ ଅନସ୍କ୍ରିନ କିସ୍ କରିବାରେ ପ୍ରିୟଙ୍କାଙ୍କୁ ସବୁଠୁ ଅଧିକ ମଜା ଆସିଥିଲା।

ଅଭିନେତା ଅକ୍ଷୟ କୁମାର, ରଣବୀର କପୁର, ଋତିକ ରୋଶନ ଓ ଶାହୀଦ କପୁରଙ୍କୁ ପ୍ରିୟଙ୍କା ଚୋପଡା ଅନ ସ୍କ୍ରିନ କିସ୍ କରିସାରିଛନ୍ତି। ଉତ୍ତରରେ ପ୍ରୟଙ୍କା କହିଥିଲେ ଯେ, ଶାହୀଦ କପୁର ଓ ଅକ୍ଷୟ କୁମାରଙ୍କ ସହ ସେ ବେଷ୍ଟ ରୋମାନ୍ସ ସିନ୍ କରିଛନ୍ତି। ହେଲେ କିସ୍ କରିବାରେ ତାଙ୍କୁ ଶାହିଦଙ୍କୁ ସହ ଅଧିକ ମଜା ଆସିଥିଲା ବୋଲି ସେ ପ୍ରକାଶ କରିଛନ୍ତି।ପ୍ରିୟଙ୍କାଙ୍କ ଅନୁସାରେ ଶାହୀଦ କଥା କଥାରେ ରାଗିଯାଆନ୍ତି।କିନ୍ତୁ ଏହି ଅଭିନେତା ବହୁତ ସରଳ ବୋଲି ସେ କହିଥିଲେ।

ପ୍ରିୟଙ୍କା ବହୁତ ଚତୁରତାର ସହ ଏହାର ଉତ୍ତର ଦେଇଥିଲେ। ସେ ଶାହୀଦ କପୁରଙ୍କ ନାଁ ସ୍ପଷ୍ଟ କରି କହିନଥିଲେ କିନ୍ତୁ ତାଙ୍କ କଥା ଅନୁସାରେ ସେ ଶାହୀଦ କପୁରଙ୍କ ଆଡକୁ ହିଁ ଇଂଗିତ କରିଥିଲେ । ଫିଲ୍ମ କମିନେରେ ଶାହୀଦ କପୁରଙ୍କ ସହ ପ୍ରିୟଙ୍କାଙ୍କ ବହୁ ହଟ୍ କିସିଂ ସିନ୍ ଥିଲା।

Share

Leave a Reply

Your email address will not be published. Required fields are marked *

two + three =