ଚେନ୍ନାଇରେ ଖେଳିବାକୁ ପସନ୍ଦ କରନ୍ତି ଚହଲ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗରେ ଖେଳିବାକୁ ପସନ୍ଦ କରନ୍ତି ଚହଲ । ସେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି । ଆଇପିଏଲରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ଖେଳୁଛନ୍ତି । ସବୁ ସିଜିନରେ ପ୍ରାୟତଃ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ଚହଲ । ତେବେ ଏକ ପ୍ରତିକ୍ରିୟାରେ କହିଛନ୍ତି କି ମୁଁ ଚେନ୍ନାଇ ପାଇଁ ଖେଳିବାକୁ ଚାହୁଁଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ତେବେ ଯଦି କହିବା ଚହଲ ୨୦୧୧ ମସିହାରେ ଆଇପିଏଲରେ ପଦାର୍ପଣ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ କିଣିଥିବା ବେଳେ ମ୍ୟାଚ ଖେଳିବା ଲାଗି ୨୦୧୩ ମସିହା ଲାଗିଯାଇଥିଲା । ଦୁଇବର୍ଷ ବସିଥିଲେ ଚହଲ । ଏହାପରେ ୨୦୧୪ରେ ବାଙ୍ଗାଲୋର ଦଳରେ ସାମିଲ ହୋଇଥିଲେ ଚହଲ । ଏହାପରଠାରୁ ଧିରେ ଧିରେ ଭଲ ଖେଳ ପ୍ରଦର୍ଶନ କରି ଏବେ ଟିମ୍ ଇଣ୍ଡିଆର ନିୟମିତ ଖେଳାଳୀ ହୋଇଛନ୍ତି ଚହଲ ।

Share

Leave a Reply

Your email address will not be published. Required fields are marked *

three + sixteen =