ରାଜ୍ୟରେ ୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟାରେ କୌଣସି ବ୍ରେକ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି ।ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁହାର୍ ସର୍ବାଧିକ ରହିଛି ।

ଆଜି ଖୋର୍ଦ୍ଧରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଥିବାବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, କଟକରୁ ୩ ଜଣ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ ପ୍ରାଣ ହରାଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୟାଗଡ଼ରୁ ୪ ଜଣ, ପୁରୀରୁ ୪ ଜଣ, ସମ୍ବଲପୁରରୁ ୩ ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୪ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

4 + 7 =