ଖୁବ ଶୀଘ୍ର ଏସଆଇଟି ତଦନ୍ତ ପାଇଁ ବିଜ୍ଞପ୍ତି ଜାରି କରାଯିବ

ଭୁବନେଶ୍ୱର()  ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ରାଜନୈତିକ ହଟଚମଟ ଜାରି ରହିଛି । ବିଧାନସଭାରେ ଏ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିବା ବେଳେ ମାମଲାର ଏସଆଇଟି ତଦନ୍ତ ସଂପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

କୋର୍ଟ ତଦାରଖରେ ଏସଆଇଟି ଯାଂଚ ପାଇଁ ଖୁବ ଶୀଘ୍ର ଗୃୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ ବୋଲି ମନ୍ତ୍ରୀ ଆରୁଖ କହିଛନ୍ତି । ଏସଆଇଟି ଯାଂଚ ନେଇ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ସତ୍ୱେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି । ଆବଶ୍ୟକ ପଡିଲେ ପରୀ ହତ୍ୟା ମାମଲାର ଏସଆଇଟି ଯାଂଚ ହୋଇପାରେ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

Share

Leave a Reply

Your email address will not be published. Required fields are marked *

sixteen + thirteen =