ମେସରୁ ମିଳିଲା ଛାତ୍ରୀଙ୍କ ମୃତ ଦେହ

ମାଲକାନଗିରିର ଏକ ମେସରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଝାଟିମାଟି କଲୋନୀର ମେସରେ ୫ଜଣ ଛାତ୍ରୀ ଏକାଠି ରହୁଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅନ୍ୟଜଣେ ଛାତ୍ରୀ ମେସରେ ଏକାକୀ ରହୁଥିଲେ । ଅନ୍ୟ ସାଙ୍ଗ ମାନେ ଫେରି ଦେଖିବା ବେଳକୁ ଛାତ୍ରୀ ଜଣକ ଝୁଲନ୍ତା ଅବସ୍ଥାରେ ରହିଥିଲେ । ପରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ତାଙ୍କ ନାମ ସ୍ନିଗ୍ଧା ମଣ୍ଡଳ ଏବଂ ସେ ମାଲକାନଗିରି ମହିଳା କଲେଜର +୨ର ଛାତ୍ରୀ । ତାଙ୍କର ଆତ୍ମହତ୍ୟାର କାରଣ କିଛି ଜଣାପଡିନାହିଁ । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ସେ ସମ୍ପର୍କରେ ପୋଲିସ ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

fourteen + 11 =