ସୁନାମି ମାଡ଼ରେ ଚାଲିଗଲା ହଜାର ହଜାର ଲୋକଙ୍କର ଜୀବନ

ଭୂକମ୍ପ ପରେ ଆସିଥିବା ଭୟଙ୍କର ସୁନାମି ଯୋଗୁ ମୃତ୍ୟୁ ସଂଖ୍ୟା ରବିବାର ୮୩୨କୁ ବୃଦ୍ଧି ପାଇଛି। ଘରଦ୍ବାର, ଧନଜୀବନ ସବୁ ଛାରଖାର ହୋଇଯାଇଛି। ହଜାର ହଜାର ଲୋକ ଏବେ ବି ନିଖୋଜ ଥିବା ବେଳେ ଅନେକ ଜାଗା ଏ ପର‌୍ୟ୍ୟନ୍ତ ଯାଞ୍ଚ କରାଯାଇ ପାରିନାହିଁ। ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ସୁନାମି ମାଡ଼ରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି। ସୁନାମି ଯୋଗୁ ଇଣ୍ଡୋନେସିଆର ସୁଲାୱେସି ଦ୍ବୀପ ଅଧୀନ ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ଅତିମାତ୍ରାରେ ପ୍ରଭାବିତ ହୋଇଛି। ଇଣ୍ଡୋନେସିଆ ଉପରାଷ୍ଟ୍ରପତି ଜୁସୁଫ୍ କାଲା ଏକ ବିବୃତିରେ କହିଛନ୍ତି, ସୁନାମିର ଧ୍ବଂସଲୀଳା ପରେ ପର‌୍ୟ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳ ଯାଞ୍ଚ କରାଯାଉଛି। ସବୁଠି କୁଢ଼କୁଢ଼ ଶବ ଦେଖିବାକୁ ମିଳିଛି। ଆହୁରି ଅନେକ ଅଞ୍ଚଳ ଏବେ ବି ଯାଞ୍ଚ କରାଯାଇ ନାହିଁ। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ପାଲୁ ସହରରେ ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଥିବା ରିଲିଫ ଶିବିରରେ ଆଶ୍ରୟ ନେଇଥିବା ୩୫ ବର୍ଷୀୟା ମହିଳା ରିଶା କୁସୁମା କୁହନ୍ତି, ପ୍ରତି ମିନିଟରେ ଆମ୍ବୁଲାନ୍ସ ମୃତଦେହ ଆଣି ଆସୁଛି। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ହୋଇଛି। ପ୍ରତି ମିନିଟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ମୃତକଙ୍କ ସଂଖ୍ୟା ଦେଢ଼ ହଜାର ଟପିପାରେ ବୋଲି ସେ ଆକଳନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

9 + 8 =