୧୫ରେ କଂଗ୍ରେସର ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୫ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ । ୧୫ ତାରିଖ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ଏହି ବନ୍ଦ୍ ଡାକରାକୁ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ସଚେତନ ନାଗରିକ ସହଯୋଗ, ସମର୍ଥନ ଓ ଆନ୍ଦୋଳନରେ ସକ୍ରୀୟ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଏହି ବନ୍ଦ୍ ସମୟରେ ଅତ୍ୟାବଶ୍ୟକ ଜରୁରୀ ସେବା ଆମ୍ବୁଲାନ୍ସ, କ୍ଷୀର ଗାଡି, ପରୀକ୍ଷାର୍ଥୀ, ଗଣମାଧ୍ୟମ ଇତ୍ୟାଦିକୁ ବାଦ୍ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପ୍ରକାଶଥାଉକି ଉପା ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ଅନ୍ତର୍ଜାତିୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ୧୩୦ ଡଲାର ଥିବାବେଳେ ଜନସାଧାରଣ ୮୦ ଟଙ୍କାରୁ କମ୍ ମୂଲ୍ୟରେ ପେଟ୍ରୋଲ, ଡିଜେଲ କିଣୁଥିଲେ । ମାତ୍ର ବର୍ତମାନ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୬୦ ଡଲାରରୁ କମ୍ ଥିବା ବେଳେ ଓଡିଶାରେ ପେଟ୍ରୋଲର ଦର ୯୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ୍ ୮୭ ଟଙ୍କାରେ ପହଂଚିବା ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି । ଯଦ୍ୱାରା ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହେବା ଫଳରେ ଗରିବ, ମଧ୍ୟବିତ, ଶ୍ରମିକ ଶ୍ରେଣୀ, ଚାଷୀଭାଇମାନେ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

14 + 8 =