ଉତ୍ତରାଖଣ୍ଡରେ ନିଖୋଜ ଭଦ୍ରକର ଓଡ଼ିଆ ପୁଅ

ଭଦ୍ରକ : ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଚାନ୍ଦବାଲି ବ୍ଲକରେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ତେବେ ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା ଥାନା ଯଶିପୁର ପଂଚାୟତ କୁଦକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ, ସେ ଉତ୍ତରାଖଣ୍ଡ ଠାରେ ଥିବା ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖଠାରୁ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ ।

ରବିବାର ହୋଥିବା ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ନାଗାର୍ଜୁନ ମଧ୍ୟ ନିଖୋଜ ହୋଇ ଥିବା କଥା ଜାଣିବାକୁ ପାଇଥିଲେ। ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଦାସ ଫୋନ ଯୋଗେ ତପୋବନ ରେଣୀ ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ନନ୍ଦାଦେବୀ ହିମଖଣ୍ଡ ସ୍ଖଳନ କାରଣରୁ ଅଳକାନନ୍ଦା ଓ ଧୋଲିଗଙ୍ଗା ନଦୀରେ ଅଚାନକ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବା ବେଳେ ନାଗାର୍ଜୁନଙ୍କର କୌଣସି ପତ୍ତା ମିଳୁନଥିବା ଅଧିକାରୀ ଜଣଙ୍କ କହିଛନ୍ତି ।

ଉତ୍ତରାଖଣ୍ଡ ସରକାର ଜାରି କରିଥିବା ହେଲପଲାଇନ ନମ୍ବରରେ ଫୋନ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଭାସିଯାଇଥିବା ଅଥବା ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ଖବର ନାହଁ ଏବଂ ଖୁବ ଶୀଘ୍ର ସେମାନେ ସମସ୍ତ ଶ୍ରମିକଙ୍କୁ ଠାବ କଲାପରେ ସଂପୃକ୍ତ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି କହିଥିଲେ।ପୁଅର ନିଖୋଜ ଖବର ପାଇବା ପରେ ବାପା, ମାଆ ,ସ୍ତ୍ରୀ ଏବଂ ସାରାପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ନାଗାର୍ଜୁନଙ୍କର ୩ମାସର ପୁଅ ଅପେକ୍ଷା କରି ରହିଛି ବାପାଙ୍କ ଫେରିବା ବାଟକୁ ।

Share

Leave a Reply

Your email address will not be published. Required fields are marked *

4 × 1 =