ହାତୀ ପଲଙ୍କ ଉପଦ୍ରବ

ଜଙ୍ଗଲ ଛାଡ଼ି ରାଜରାସ୍ତାରେ ଗଜରାଜ । ଆଠଗଡ଼ ଖୁଣ୍ଟୁଣୀ ରେଞ୍ଚ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ ପଲ । ଗୋଚିଏ କି ଦୁଇଟି ନୁହେଁ, ୧୦ରୁ ଅଧିକ ହାତୀ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ସୁବାସୀ ଜଙ୍ଗଲରୁ ହାତୀପଲ ଆସି ବିଭିନ୍ନ ଗାଁରେ ପଶି ବ୍ୟାପକ ଫସଲ ବି ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଫଳରେ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି ।
ସେପଟେ ଗଞ୍ଜାମ ଜିଲ୍ଲା କୁକୁଡାହାଣ୍ଡି ବ୍ଲକରେ ବି ଉତ୍ପାତ ଚଳାଇଛନ୍ତି ହାତୀ । ବିଭିନ୍ନ ଗାଁରେ ଉପଦ୍ରବ ଜାରି ରଖିଛନ୍ତି । ଅଭିଯୋଗ ହୋଇଛି, ବ୍ୟାପକ ଧାନ ଓ ମୂଳା ଚାଷ ନଷ୍ଟ କରୁଛନ୍ତି ହାତୀପଲ । ୭ ଦିନ ଧରି ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ହାତୀ ଘଉଡ଼ାଇବାରେ ବନ ବିଭାଗ ଫେଲ୍ ମାରିଥିବାବେଳେ ଗାଁଲୋକ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + thirteen =